ଗରମ ପାଣି ପଡ଼ି ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁ ଗୁରୁତର ଘଟଣା:ଆହତ ଶିଶୁର ପରିବାରକୁ ଆର୍ଥିକ ସହାୟତା

ଅଧପନ୍ତରିଆ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ର

ଗରମ ପାଣି ପଡ଼ି ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁ ଗୁରୁତର ଘଟଣା:ଆହତ ଶିଶୁର ପରିବାରକୁ ଆର୍ଥିକ ସହାୟତା

ସୋନପୁର,: ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଗତ ମଙ୍ଗଳବାର ଗରମ ପାଣି ପଡ଼ି ପଞ୍ଚାନନ ମହାକୁରଙ୍କ ୩ ବର୍ଷୀୟ‌େ ଝିଅ ପ୍ରୀତିମୟୀ ଗୁରୁତର ହୋଇଥିଲେ। ଏବେ ସେ ବୁର୍ଲା ଡାକ୍ତରଖାନା‌ ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସାଧୀନ। ବୁଧବାର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଗୁରୁତର ଶିଶୁର ପରିବାରକୁ ଦେଢ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା ପ୍ରପୀଡ଼ିତ କ୍ଷତିପୂରଣ ଅଧିନିୟମ ୨୦୧୨ ନିୟମ ଅନୁସାରେ ପୀଡିତା କ୍ଷତିପୂରଣ ଫଣ୍ଡରୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତି ହୋଇଛି। ବୁଧବାର ପ୍ରଥମ କିସ୍ତି ଭାବରେ ଦେଢ ଲକ୍ଷ ଟଙ୍କାର ଚେକ ଗୁରୁତର ଆହତ ଶିଶୁ ପ୍ରୀତିମୟୀର ବଡ଼ବାପା ଗଣେଶ ମହାକୁରଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ଓ ଦୌରା ଜଜଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଳା ଓ ଦୌରା ଜଜ ରାଜକୁମାର ସାହୁ, ଏସ୍‌ପି ଦେବୀ ପ୍ରସାଦ ଦାଶ, ସିଜେଏମ ମାନସ ରଞ୍ଜନ ରଥ, ରେଜିଷ୍ଟ୍ରାର ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ସୀମା ମିଶ୍ର, ସରକାରୀ ଓକିଲ ବ୍ୟୋମକେଶ ଦାଶ, ଏପିପି ଶରତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିନ୍ଦୁସାର ମହାପାତ୍ର, ଅର୍ଜୁନ ବେହେରା, ରଘୁନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ସୋନପୁର: ଗତ ମଙ୍ଗଳବାର ଗରମ ପାଣି ପଡ଼ି ଶିଶୁ ପ୍ରୀତିମୟୀ ଆହତ ହେବା ପରେ ଚର୍ଚ୍ଚାକୁ ଆସିଛି ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ରରେ ଆବଶ୍ୟକ ସୁରକ୍ଷା ଯୋଗାଇବାରେ ପ୍ରଶାସନ ଫେଲ ମାରିଥିବା ସାଧାରଣରେ ଅଭିଯୋଗ ହୋଇଛି। ଏହି ଅଙ୍ଗନାବାଡି କେନ୍ଦ୍ରର ପାଚେରି ନଥିବା ବେଳେ ବହୁ ଦିନ ହେଲା ଏହା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଝରକା କି କବାଟ ଲାଗି ନାହିଁ। ଏକ ଅସୁରକ୍ଷିତ ପରିବେଶ ରହିଥିଲେ ମଧ୍ୟ ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ବହୁ ଦିନ ହେଲା ଏହା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ଏହା କାହିଁକି ଏବଂ କେଉଁ ପରିପ୍ରେକ୍ଷୀରେ ଏପରି ଅବସ୍ଥାରେ ରହିଛି ଏହାର ତଦାରଖ ଠିକ ଭାବରେ କରାଯାଇ ନାହିଁ। ଏହି ଚିତ୍ରକୁ ଦେଖିଲେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ କେତେ ସୁରକ୍ଷିତ ତାହା ଜଳ ଜଳ ଦିଶୁଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe