ଗଛତଳେ ଚାପି ହୋଇଯାଇଥିଲେ: ଅଳ୍ପକେ ବର୍ତ୍ତିଲେ ଦମ୍ପତି

ଗଛତଳେ ଚାପି ହୋଇଯାଇଥିଲେ: ଅଳ୍ପକେ ବର୍ତ୍ତିଲେ ଦମ୍ପତି

ବିନିକା: ଗଛ ତଳେ ଚାପି ହୋଇ ପ୍ରାଣ ହରାଇବାରୁ ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର ତିନିଜଣ। ଡୁଙ୍ଗୁରିପାଲି -ଵିନିକା ମୂଖ୍ୟ ରାସ୍ତା ପ୍ରସ୍ତୁତିକରଣ ପାଇଁ ଏହି ରାସ୍ତାରେ ଯିବାଆସିବା କରୁଛି ଶହଶହ ଗାଡ଼ି ମଟର। ଆଉ ଅନ୍ୟ ପଟେ ବେପରୁଆ ଭାବେ ଚାଲିଛି ଗଛକଟା। ଆଜି ବିନିକା -ଡୁଙ୍ଗୁରିପାଲି ମୁଖ୍ୟରାସ୍ତା ଭବାନୀପାଲି ଛକ ନିକଟରେ ରାସ୍ତା ପ୍ରଶକ୍ତିକରଣ ପାଇଁ ଠିକାଦାର ବେପରୁଆ ଭାବରେ ମେସିନ ଦ୍ୱାରା ଗଛ କାଟୁଥିଲେ। ହେଲେ ଏଇ ସମୟରେ ଡୁଙ୍ଗୁରିପାଲି ପଟରୁ ହିରୋ ହୋଣ୍ଡା ସିଡିଡିଲକ୍ସ ବାଇକରେ ଡୁଙ୍ଗୁରିପାଲି ଥାନା ନୂଆପାଲି ଗାଁର ସ୍ୱାମୀ ନୃପରାଜ ଦଣ୍ଡସେନା, ତାଙ୍କ ସ୍ତ୍ରୀ ଓ ୫ ବର୍ଷିୟ ପୁଅ ବିନିକା ପଟକୁ ଯାଉଥିଲେ।

publive-image

କୌଣସି ବେରିକେଟ କିମ୍ବା ସାଙ୍କେତିକ ସୁଚନାର ବ୍ୟବସ୍ଥା ନ କରି ମେସିନ ଦ୍ୱାରା ଗଛ କାଟୁଥିବା ବେଳେ ହଠାତ ସ୍ୱାମୀ, ସ୍ତ୍ରୀ ଓ ପୁଅଙ୍କ ଉପରେ ଗଛ ପଡ଼ିଯିବାରୁ ଗଛତଳେ ଚାପି ହୋଇଯାଇଥିଲେ। ସେମାନଙ୍କ ପଛରେ ଆସୁଥିବା ମହାନଦୀ ସଙ୍ଗଠନ ପ୍ରତିଷ୍ଠାତା କ୍ଷୀରସାଗର ବିଭାର ଗଛତଳେ ଚାପି ହୋଇଥିବା ସ୍ୱାମୀ, ସ୍ତ୍ରୀ ଓ ପୁଅଙ୍କୁ ଉଦ୍ଧାରକରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଶୁ ଚିକିତ୍ସା ପରେ ପରିବାର ତାଙ୍କ ଗନ୍ତବ୍ୟସ୍ଥଳକୁ ଯାଇ ଥିବାର ସୁଚନା ମିଳିଛ। ଗଛଗୁଡ଼ିକ କାଟିଲା ସମୟରେ ରାସ୍ତାରେ ବନ୍ଦ କରିବା କିମ୍ବା ସାଙ୍କେତିକ ଚିହ୍ନ ଦେବା କିମ୍ବା ରାସ୍ତା ଉପରେ ଗଛ ନପଡ଼ିବା ପାଇଁ ଗଛରେ ଦଉଡ଼ି ଲଗାଇ ରାସ୍ତାର ଵିପରୀତ ପଟରେ ଗଛ ପକାଇବା ପାଇଁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe