ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏକ ସେତୁର ମେନ୍ ହୋଲରୁ ମହିଳାଙ୍କ ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର ହୋଇଛି। ତରଭା ଥାନା ଅନ୍ତର୍ଗତ ଦେଉଳପଦର - ପୁଆ ରାସ୍ତାରେ ଥିବା ସେତୁର ମେନହୋଲ ଭିତରେ ମହିଳାଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଛି।

ସେତୁର ମେନ୍ ହୋଲ ସମ୍ବୁଖରେ ଏକ ସେଣ୍ଡିଲ ଚପଲ ଓ ଭେନିଟି ବ୍ୟାଗ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସ୍ଥାନୀୟ କିଛି ଯୁବକ ପୋଲରୁ ପାରା ଶିକାର ପାଇଁ ମେନ ହୋଲକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବା ଜାଣିପାରି ଥିଲେ। କଣ ଦୁର୍ଗନ୍ଧ ହେଉଛି ବୋଲି ଖୋଜାଖୋଜି କରିବା ସମୟରେ ମେନ୍ ହୋଲ ଭିତରେ ଏକ ଚପଲ ପଡ଼ିଥିବା ଦେଖି ଏହା ଭିତରକୁ ଅନୁମାନ କରିଥିଲେ। ଭିତରୁ ପ୍ରବଳ ଦୁର୍ଗନ୍ଧ ହେଉଥିବା ଯୋଗୁଁ ଲାଇଟ୍ ମାରି ଦେଖିବାରୁ ଏକ ଅର୍ଦ୍ଧ ନଗ୍ନ ଥିବା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ସେମାନେ ପୁଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ମେଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ତାହାର ତଦନ୍ତ କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe