ବିନିକା: ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ଶବ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସେଲେଡି ଗ୍ରିଡ ନିକଟ ରାସ୍ତା କଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ। ଜନ୍ମ କରିବା ପରେ କେହି ଏଇ ଶିଶୁପୁତ୍ରକୁ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଶିଶୁପୁତ୍ରର ମୃତଦେହ ପାଖରେ ଏକ ବ୍ୟାଗ, ଗ୍ଲାସ ଓ ଗିନା ମଧ୍ୟ ପଡ଼ିଛି। ତେବେ ଏହାର କାରଣ ଅସ୍ପଷ୍ଟ ରହିଛି।
ଖବର ପାଇ ଘଟଣାସ୍ଥଳରେ ବିନିକା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଏବେ ବିନିକାରେ ଚର୍ଚ୍ଚାର ବିଷୟ ହୋଇଛି।
Follow Us