ବିନିକା: ବାଉଁଶୁଣି ଜଙ୍ଗଲରୁ ଗଳିତ ଶବ ଠାବ

ବିନିକା: ବାଉଁଶୁଣି ଜଙ୍ଗଲରୁ ଗଳିତ ଶବ ଠାବ

ବିନିକା: ଗତକାଲି ସନ୍ଧ୍ୟାରେ ବିନିକା ଥାନା ମହାଦେପାଲି ଫାଣ୍ଡି ବାଉଁଶୁଣି ଜଙ୍ଗଲରେ ଏକ ଗଳିତ ମୃତଦେହ ପଡ଼ିଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ବିନିକା ପୁଲିସ ପହଞ୍ଚି ଗଳିତ ମୃତଦେହକୁ ଜବତ କରିଛି। ପାଖରେ ଥିବା ସାଇକେଲ ଜବତ କରି ପୁଲିସ ରାତିରେ ଜଗି ରହିଲେ। ସୋମବାର ଦିନ ସକାଳୁ ଗଳିତ ମୃତଦେହକୁ ଚିହ୍ନଟ କରି ସାଇକେଲ ସହ ଗଳିତ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିନିକା ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ ମୃତକ ବିନିକା ଥାନା ବାଉଁଶୁଣି ଗ୍ରାମର ନେତ୍ର ଭୋଇଙ୍କ ପୁତ୍ର ସୁରେଶ ଭୋଇ। କିଛି ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ ଥାଇ ଔଷଧ ସେଵନ କରୁଥିଲେ। ସୁରେଶ ମାନସିକ ରୋଗୀ ହୋଇଥିବାରୁ ଠିକ୍ ହିସାଵରେ ଖାଦ୍ୟପେୟ ଗ୍ରହଣ କରୁନଥିବା ତାଙ୍କ ବାପା ସୂଚନା ଦେଇଛନ୍ତି। ଗତ ୩ ତାରିଖରୁ ସୁରେଶ(୨୨) ନିରୁଦ୍ଦିଷ୍ଟ ଥିବା ବିନିକା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରିଥିଲେ। ସୁରେଶ ସୋନପୁର ରାଜ ମହାବିଦ୍ୟାଳୟରେ +୩ ଅଧ୍ୟୟନରତ ଥିବା ବିନିକା ଥାନା ଏସିଆ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe