ଶିକ୍ଷକ ଦାବି କରି କେନ୍ଦୁପାଲି ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ

ଶିକ୍ଷକ ଦାବି କରି କେନ୍ଦୁପାଲି ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ନିକଟସ୍ଥ କେନ୍ଦୁପାଲି ୫ଟି ହାଇସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ । ସେମାନଙ୍କ ଦାବି ହେଲା ଏହି ସ୍କୁଲକୁ ୫ଟିର ମାନ୍ୟତା ମିଳିଛି।ଏହି ସ୍କୁଲରେ ଏବେ ପ୍ରାୟ ଚାରିଶହ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କିନ୍ତୁ ଏବେ ମାତ୍ର ପାଞ୍ଚ ଜଣ ଶିକ୍ଷକ ଅଛନ୍ତି। ଯାହା ଫଳରେ ପାଠପଢ଼ା ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି। ଏବିଷୟରେ ବୀରମହାରାଜପୁର ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକ ଦେବାକୁ ଲିଖିତ ଆକାରରେ ଜଣାଇଥିଲେ ଅଞ୍ଚଳବାସୀ।

ବିଇଓ ଶାନ୍ତନୁ କୁମ୍ଭକାର ୩୦ ଦିନ ଭିତରେ ଶିକ୍ଷକ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏ ଶିକ୍ଷକ ଦେଲେ ନାହିଁ। ଏବେ ବିଇଓଙ୍କୁ ପଚାରିଲେ କହିଛନ୍ତି, ମୁଁ ଶିକ୍ଷକ ଦେଇ ପାରିବି ନାହିଁ। ଯାହାଫଳରେ  ଗ୍ରାମବାସୀ ସ୍କୁଲରେ ତାଲା ପକାଇବାକୁ ବାଧ୍ୟ ହୋଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଶିକ୍ଷକ ଯୋଗାଇ ନ ଦେବେ ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ। ଏପର୍ଯ୍ୟନ୍ତ ଆଲୋଚନା କରିବା ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଏବିଷୟରେ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe