ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ପୋଡ଼ିଗଲା ଘର 

ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ପୋଡ଼ିଗଲା ଘର 

ଶୁଖା : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଶୁଖାଠାରେ ଥିବା ଏକ ଘରେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ  ନିଆଁ ଲାଗି ଯାଇଥିବା ଜଣାଯାଇଛି । ଏହି ସମୟରେ ଘର ଲୋକେ ଶୋଇପଡ଼ିଥିଲେ । ତେବେ ଅଳ୍ପକେ ମୃତ୍ୟୁ ମୁଖରୁ  ରକ୍ଷା ପାଇଯାଇଛନ୍ତି  ପରିବାରର ୩ ସଦସ୍ୟ ।

ଶୁଖା ବରିହାପଡ଼ାର ଲିଙ୍ଗରାଜ ବରିହା, ତାଙ୍କ ସ୍ତ୍ରୀ ଓ ୧୪ ବର୍ଷର ପୁଅ ସୁବଳ ବରିହା ଗୁରୁବାର ରାତି ଶୋଇଥିବା ବେଳେ ରାତି ୨ ଟାରେ ହଠାତ୍ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ସର୍ଟସର୍କିଟ୍‌ ଯୋଗଁ ଚିଡ୍‌ଚିଡ୍‌ ଶବ୍ଦ ଶୁଣି ଲିଙ୍ଗରାଜଙ୍କ ସ୍ତ୍ରୀ ଉଠିଯାଇଥିଲେ। ଘରେ ନିଆଁ ଲାଗିବା ଜାଣିବା ପରେ ସ୍ବାମୀ ଓ ପୁଅକୁ ଉଠାଇଥିଲେ। ସମସ୍ତେ ଘର ବାହାରକୁ ଦୌଡ଼ି ପଳାଇଥିଲେ। ଏଇ ଅଗ୍ନିକାଣ୍ଡରେ ଘରେ ଥିବା ଧାନ, ଚାଉଳ ସହ ସମସ୍ତ ଆସବାବପତ୍ର ପୋଡ଼ି ଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe