ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦନ୍ତାର ଜୀବନ

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦନ୍ତାର ଜୀବନ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ  ମହଦା ଗ୍ରାମ ନିକଟ ବାରଡୁଙ୍ଗୁରି ଜଙ୍ଗଲରେ ଆଜି ସକାଳେ ଏକ ହାତୀର ମୃତଦେହ ମିଳିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ସୂଚନା ଅନୁଯାୟୀ, ଵିଳମ୍ଵିତ ରାତିରେ ଶିକାରୀମାନେ ଜଙ୍ଗଲରେ ବରହା ମାରିବାକୁ ବିଦ୍ୟୁତ୍ ତାର ବିଛାଇଥିଲେ। ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ପ୍ରକାଶ କରିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବିନିକା ବନବିଭାଗ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଛି। ହାତୀଟି ଲଛିପୁର ଜଙ୍ଗଲ ପଟରୁ ଆସିଥିବା ଜଣାଯାଇଛି। ବିନିକା ବନାଞ୍ଚଳ କୋଉଡିଆମୁଣ୍ଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଆଳି ବିଟର ବାରଡୁଙ୍ଗୁରି ଜଙ୍ଗଲରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣାର ତଦନ୍ତ  ଜାରି ରଖିଛି ବନ ବିଭାଗ।

ଏଠାରେ ଅଭିଯୋଗ ଉଠିଛି ଯେ ବନବିଭାଗ ଶିକାରୀଙ୍କୁ ସୁରକ୍ଷା ଯୋଗାଉ ଥିବାବେଳେ ହାତୀକୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଏହାର ତଦନ୍ତ କରି ସଂପୃକ୍ତ ଥିବା ଵିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଜନସାଧାରଣରେ ଦାଵି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe