ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ, ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ, ଜଣେ ଗିରଫ

ସୋନପୁର/ବିନିକା: ବୌଦ୍ଧରୁ ଗୁଜରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସୋନପୁର ଅବକାରୀ ବିଭାଗ ଚଢ଼ଉ କରି ଏକ ଟ୍ରକ୍‌କୁ ଧରିଛି। ଏଥିରୁ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ରାଜସ୍ଥାନ ବାରମେର ଜିଲ୍ଲା ସିନ୍ଧାରି ଥାନା ଟାକୁବାରି ଗ୍ରାମର କ୍ଷେମା ରାମ (୩୪)କୁ ଗିରଫ କରିଛି।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରୁ କିଣାଯାଇଥିବା ଉକ୍ତ ଗଞ୍ଜେଇ ଟ୍ରକ୍‌ (ଆର୍‌ଜେ ୦୪ ଜିସି ୧୮୦୭)ରେ ଚାଲାଣ ହେଉଥିଲା। ଉକ୍ତ ଟ୍ରକ୍‌ରେ ଷ୍ଟିଲ୍‌ପ୍ଲେଟ୍‌ ତଳେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ସୋନପୁର ଅବକାରୀ ମୋବାଇଲ ୟୁନିଟ୍‌ ବିନିକା ଥାନା ବିଶାଲପାଲି ନିକଟରେ ଧରିଥିଲା। ଯାଞ୍ଚ ସମୟରେ ଟ୍ରକ୍‌ରୁ ଉକ୍ତ ଗଞ୍ଜେଇ ବାହାରିଥିଲା। ଗିରଫ ଅଭିଯୁକ୍ତ ଟ୍ରକ୍‌ ଚାଳକ ଏବଂ ମାଲିକ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏଥିସହ ଅବକାରୀ ବିଭାଗ ୧୦.୬୧୫ ମେଟ୍ରିକ୍‌ ଟନ୍‌ ଷ୍ଟିଲ୍‌ପ୍ଲେଟ, ଗଞ୍ଜେଇ ଚାଲାଣ ଟ୍ରକ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି। ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଅବକାରୀ ଅଧୀକ୍ଷକ ପ୍ରବୀର ସାମଲଙ୍କ ନିର୍ଦ୍ଦେଶରେ ଇନ୍ସପେକ୍ଟର ପ୍ରକାଶ ସା, ହରପ୍ରସାଦ ରଣା, ଏସ୍‌ଆଇ ସୁମିତ୍ରା ହେମ୍ରମ, ଏସ୍‌ଆଇ ବଲବୀର ଗଡ଼ନାୟକ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe