Bipin Kumar Dehuri, GM, DIC Photograph: (Sambad )
ସୋନପୁର: ସରକାର କହୁଛନ୍ତି ଲୋକଙ୍କୁ ଋଣ ସୁବିଧା ଦିଆଯାଉଛି। କିନ୍ତୁ ଲୋକଙ୍କୁ ଋଣ ପାଇବା ପାଇଁ ବହୁ ହଇରାଣ ହେବାକୁ ପଡୁଛି। ଋଣ କରାଇଦେବାକୁ କହି ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ହେଲେ ବିପିନ ଦେହୁରୀ।
ଏହି ଖବର ପଢ଼ନ୍ତୁ: ୧୦ ହଜାର ଲାଞ୍ଚ ନେଲା ବେଳେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ
ସୂଚନା ଅନୁସାରେ ଜଣେ ହିତାଧିକାରୀ ପିଏମ୍ଇଜିପି (ପିଏମ୍ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍)ରୁ ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ଦେହୁରୀଙ୍କ ସହିତ ସଂପର୍କ କରିଥିଲେ। ଅପରପକ୍ଷେ ଶ୍ରୀ ଦେହୁରୀ ମଧ୍ୟ ହିତାଧିକାରୀଙ୍କୁ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରରେ ଅଭିଯୋଗ କରିଥିଲେ ଏବଂ ଶ୍ରୀ ଦେହୁରୀଙ୍କୁ ଜାଲରେ ପକାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଥିଲା।
ଏହି ଖବର ପଢ଼ନ୍ତୁ: ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ଆଖିବୁଜିଲେ
ସରକାର କହୁଛନ୍ତି ସ୍ବଚ୍ଛତାର ସହିତ ଶାସନ ଚାଲିଛି। କିନ୍ତୁ ତୃଣମୂଳ ସ୍ତରରେ କ’ଣ ହେଉଛି ତାହା ଜନସାଧାରଣ ଭଲଭାବରେ ଜାଣିଛନ୍ତି। ଲୋକେ କହିବା ଆରମ୍ଭ କରିଛନ୍ତି, ୨୪ ବର୍ଷର ବିଗତ ସରକାର ଯାହା ଥିଲା, ବର୍ତ୍ତମାନ ମଧ୍ୟରେ କିଛି ପରିବର୍ତ୍ତନ ହୋଇନାହିଁ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଲାଞ୍ଚୁଆ ବାବୁମାନେ ସେମାନଙ୍କର ଅଭ୍ୟାସ ପରିବର୍ତ୍ତନ କରିପାରି ନାହାନ୍ତି। ପରିବର୍ତ୍ତିତ ସରକାର ନିଜର କର୍ମଚାରୀମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିପାରି ନାହାନ୍ତି।
ପୂର୍ବ ଯୋଜନା ମୁତାବକ ହିତାଧିକାରୀ ଜଣକ ଅଧିକାରୀ ଶ୍ରୀ ଦେହୁରୀଙ୍କ ନିକଟରେ ପହଞ୍ଚି ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଲାଞ୍ଚ ଦେବାର ଅଳ୍ପ ସମୟ ପରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ରଂଗବୋଳା ଯାଇଥିବା ୫୦୦୦ ଟଙ୍କା ଜବତ କରାଯାଇଥିଲା। ଭିଜିଲାନ୍ସର ଅତର୍କିତ ଚଢ଼ାଉ ଦେଖି ଶ୍ରୀ ଦେହୁରୀଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହି ଖବର ପଢ଼ନ୍ତୁ: ନୂଆ ରୂପ ପାଇଲା ଯାଜପୁରର ଏନ୍ସି ସ୍ୱୟଂଶାସିତ କଲେଜ୍ର ବିଜ୍ଞାନ ବିଭାଗ
ଚଢ଼ାଉ ପରେ ଅଧିକାରୀଙ୍କ ଲିଙ୍କ୍ ଥିବା ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସନ୍ଧାନ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀ ଦେହୁରୀଙ୍କ ବିପକ୍ଷରେ ଅଧିକ ତଦନ୍ତ ଚାଲିଛି।
ଏହି ଖବର ପଢ଼ନ୍ତୁ: ରୁଷ ଉପରେ ୯/୧୧ ପରି ଆକ୍ରମଣ
Follow Us