ବିନିକାରେ ଅଭାବନୀୟ ଘଟଣା: ଗ୍ୟାରେଜରେ ନିଆଁଲାଗି ଜଳିଗଲା ଇନୋଭା କାର୍‌ ଓ ୬ଟି ବାଇକ୍

ବିନିକାରେ ଅଭାବନୀୟ ଘଟଣା: ଗ୍ୟାରେଜରେ ନିଆଁଲାଗି ଜଳିଗଲା ଇନୋଭା କାର୍‌ ଓ ୬ଟି ବାଇକ୍

ବିନିକା: ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ବିନିକାର ନରେନ୍ଦ୍ର ସାହୁଙ୍କ ଗ୍ୟାରେଜରେ ନିଆଁଲାଗି ଜଳିଯାଇଚି ଇନୋଭା କାର୍‌ ସହ ୬ଟି ବାଇକ୍।

ସୂଚନା ଅନୁଯାୟୀ, ସହର ମଧ୍ୟ ଭାଗରେ ଥିବା  ଦୈନିକ ବଜାର (ଡେଲି ମାର୍କେଟ୍‌ରେ) ନରେନ୍ଦ୍ର ସାହୁଙ୍କ ନିଜସ୍ୱ ଘର  ଗ୍ୟାରେଜରେ  ରଖା ହୋଇଥିବା କାର ଓ ଵାଇକଗୁଡ଼ିକରେ ଅଚାନକ ନିଆଁ ଲାଗି ଜଳିଯାଇଛି। ବିଳମ୍ବିତ ରାତ୍ରିରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ନିଆଁ ଲାଗିବାର ଦେଖି ଗାଡ଼ି ମାଲିକଙ୍କୁ ଓ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ବ୍ୟାଟେରୀ ଚାଳିତ ଗାଡ଼ିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗ୍ୟାରେଜରେ ବିଜୁଳି ସଂଯୋଗ ହୋଇନାହିଁ।

ଚଳିତ ମାସରେ ଝିଅ ବାହାଘର ଥିଵାରୁ ନରେନ୍ଦ୍ର ସାହୁ ବୁଲେଟ ଗାଡ଼ି ଯୌତୁକ ଦେବାପାଇଁ ୩ଦିନ ପୁର୍ବରୁ କ୍ରୟ କରିଥିଲା ବେଳେ ଇନୋଭା କାର ୬ ମାସ ଆଗରୁ କିଣିଥିବାର ସୂଚନା ମିଳିଛି। ଏସବୁ ଗାଡ଼ି ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe