ସଫା କରିବା ବାହାନାରେ ସୁନା ଚୋରି

Advertisment
ସଫା କରିବା ବାହାନାରେ ସୁନା ଚୋରି

ବୀରମହାରାଜପୁର: ବୀରମହାରାଜପୁର ସଦର ମହକୁମା ବାଘମାରି ସ୍ଥିତ ବିଷ୍ଣୁଚରଣ ବେହେରାଙ୍କ ଘରୁ ସୁନା ସଫା କରିବା ବାହାନାରେ  ଆସି ସୁନାଚୋରି କରି ନେଥିବା ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ବେହେରା ବୀରମହାରାଜପୁର ଥାନାରେ କରିଥିବା ଅଭିଯୋଗ ଅନୁସାରେ, ସେ ଗୁରୁବାର ପ୍ରାୟ ଦିନ ୧୧.୧୫ଟାରେ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ସ୍ତ୍ରୀକୁ ସୁନା ସଫା କରିବାକୁ କହିଥିଲେ। ଫଳରେ ତାଙ୍କ ସ୍ତ୍ରୀ ଏକ ମଙ୍ଗଳ ସୁତ୍ର, ଗୋଟିଏ ଚେନ ଓ ଗୋଟିଏ ହାତ ମୁଦି ଆଣି ସଫା କରିବାକୁ ଦେଇଥିଲେ। ସୁନା ପାଇବା ମାତ୍ରେ ଯୁବକ ଦ୍ୱୟ ଗାଡ଼ି ଷ୍ଟାଟ କରି ସେଠାରୁ ପଳାଇ ଯାଇଥିଲେ। ତାଙ୍କ ସ୍ତ୍ରୀ ପାଟି କରିବାରୁ ସ୍ଥାନୀୟ ଲୋକେ ଜମା ହୋଇଥିଲେ ହେଁ ଚୋରମାନଙ୍କୁ ଧରିବାରେ ବିଫଳ ହୋଇଥିଲେ। ଚୋରି ସୁନା ପ୍ରାୟ ୩୦ ଗ୍ରାମ, ବଜାରରେ ମୂଲ୍ୟ ୯୦ ହଜାର ଟଙ୍କା ହେବ। ଏସ୍‌ଆଇ କିରଟି ଚୌଧୁରୀ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe