ଚାକୁଣ୍ଡା ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ: ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଚାକୁଣ୍ଡା ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ: ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଵିନିକା: ଆଜି ସୁବର୍ଣ୍ଣପୁର ଜିଲ୍ଲା ଵିନିକା ଏନଏସି ୧୨ନଂ ଓ୍ବାର୍ଡ ଜଗଦଲପୁର ନିକଟ ଘଣ୍ଟାଶୁଣି ଜଙ୍ଗଲର ଏକ ଚାକୁଣ୍ଡା ଗଛରେ ଝୁଲୁଛି ମୃତଦେହ। ଏଇ ଝୁଲନ୍ତା ମୃତଦେହକୁ ଲୋକେ ଦେଖି ଘରେ ପରିବାର ଲ‌ୋକଙ୍କୁ ଖବର ଦେଇଥିଲେ। ମୃତକ ସନାତନ ବିଶି (୪୫) ବୋଲି ଜଣାପଡ଼ିଛି।

ଗୁଲାପଡାର ସନାତନ ବିଶି ଦୀର୍ଘ ଵର୍ଷ ହେଵ ଜଗଦଲପୁରରେ  ଵାସଗୃହ ତିଆରି କରି ଵସଵାସ କରୁଥିଲେ। ପରିବାର ଲୋକେ ବିନିକା ପୁଲିସକୁ ଖବର ଦେବାପରେ ଘଟଣାସ୍ଥଳକୁ ଥାନାର ସବ ଇନ୍ସପେକ୍ଟର ଅନିଲ ବେହେରାଙ୍କ ସହିତ ପୁଲିସ କର୍ମଚାରୀମାନେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ତେବେ ସନାତନ କେଉଁ କାରଣରୁ ଆତ୍ମହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe