୧୧ କେଭି ଵିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ଗୁରୁତର

୧୧ କେଭି ଵିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ଗୁରୁତର

ବିନିକା: ସୋନପୁର ଜିଲ୍ଲା ଵିନିକା ଵ୍ଳକ ସିଂଘିଯୁଵା ଗ୍ରାମରେ ଜଣେ ରାଜମିସ୍ତ୍ରୀ ୧୧ କେଭି ଵିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସିଂଘିଯୁଵା ମୁଖ୍ୟ ରାସ୍ତାକଡ଼ରେ କାମ କରୁଥିବା ସମୟରେ ଲୁହାଛଡ଼ ୧୧ କେଭି ତାର ସଂସ୍ପର୍ଶରେ ଆସି ଯାଇଥିଲା। ସଂସ୍ପର୍ଶରେ ଆସିଯିବାରୁ ଛିଟିକି ପଡ଼ି ଅଳ୍ପକେ ବର୍ତ୍ତିଯାଇ ଅବଦୁଲ ଵକ୍ସ( ୨୫) ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଵିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଭିମସାର ଡାକ୍ତରଖାନାକୁ ୧୦୮ ଯୋଗେ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe