ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କଟାପାଲି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ରାମପୁର ଥାନା ଅନ୍ତର୍ଗତ କଟାପାଲି ଗାଁରେ ଜଣେ ନାବାଳିକାଙ୍କ ଉପରେ ଟ୍ରାକ୍ଟର ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ସ୍ନେହାରାଣୀ ପ୍ରଧାନ (୮) ବୋଲି ଜଣାପଡ଼ିଛି ।
ଖବର ଅନୁଯାୟୀ, ସ୍ନେହାରାଣୀ ପ୍ରଧାନ ସାଇକେଲ୍ ଯୋଗେ ଗାଁ ରାସ୍ତାରେ ଯାଉଥିଲେ। ଏହି ସମୟରେ ପଛପଟୁ ଏକ ପଥର ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣା ପ୍ରଚାର ହେଵାପରେ ଡୁଙ୍ଗୁରିପାଲି -ଵିନିକା ମୁଖ୍ୟ ରାସ୍ତା କଟାପାଲି ଛକରେ ପରିବାରକୁ କ୍ଷତିପୂରଣ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଛନ୍ତି ଗାଁଲୋକେ। ଏହାଫଳରେ ଡୁଙ୍ଗୁରିପାଲି-ଵିନିକା-ସୋନପୁର ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ଠପ୍ ରହିଛି। ଉଭୟ ପଟେ ଅନେକ ମାତ୍ରାରେ ଗାଡ଼ିମଟର ଛିଡ଼ା ହୋଇଛି। ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
Follow Us