ପୂର୍ବ ବିବାଦକୁ କେନ୍ଦ୍ର କରି ଦଇତପୁରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା

ଗାଁ ଛକରେ ଜେଲ୍‌ ଫେରନ୍ତାଙ୍କୁ ଦୁଇ ଭାଇ ହାଣିଦେଲେ

DNA India

ତରଭା: ପୁରୁଣା ବିବାଦକୁ କେନ୍ଦ୍ର କରି ସୁବର୍ଣ୍ଣପୁର ଜିଲ୍ଲାର ତରଭା ଥାନା ଅଧୀନ ଝାରତରଭା ପଞ୍ଚାୟତ ଅନ୍ତର୍ଗତ ଦଇତପୁର ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି।

ନିହତ ବ୍ୟକ୍ତି ହେଉଛନ୍ତି ୫୦ ବର୍ଷିୟ ପୀତାମ୍ବର ମହାକୁର। ଗତ ରାତି ପ୍ରାୟ ୮.୩୦ରେ ଚାରିପାଞ୍ଚଜଣ ବ୍ୟକ୍ତି ତାଙ୍କୁ ଘରୁ ଟାଣି ଆଣି ଟାଙ୍ଗିଆ, ଲୁହାଛଡ଼ ଓ ଠେଙ୍ଗାରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ତରଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୫୨ ବର୍ଷିୟ ଯୁଧିଷ୍ଠିର ନାଗ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଧରିଥିବା ବେଳେ ଅନ୍ୟମାନଙ୍କର ସନ୍ଧାନ ନେଉଛି।

ବ୍ୟବଚ୍ଛେଦ ନିମନ୍ତେ ମହାକୁରଙ୍କ ଶବ ତରଭା ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe