ସରକାରୀ ଉଚ୍ଚବିଦ୍ୟାଳୟରେ ନାହାନ୍ତି ଗଣିତ ଶିକ୍ଷକ: ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ସରକାରୀ ଉଚ୍ଚବିଦ୍ୟାଳୟରେ ନାହାନ୍ତି ଗଣିତ ଶିକ୍ଷକ: ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ସିନ୍ଦୂରପୁର ଶ୍ରୀ ଗୋପାଳଜୀ ଆଞ୍ଚଳିକ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାରାବାଜି କରିବା ସହ ରାସ୍ତାରୋକ କରିଥିବାର ଦେଖିବାକୁ ମିଳିଛି।

ଶ୍ରୀଗୋପାଳଜୀ ଆଞ୍ଚଳିକ ସରକାରୀ ଫାଇଭ-ଟି ଉଚ୍ଚବିଦ୍ୟାଳୟରେ ଗତ ୨୦୨୨ ମସିହା ଜୁନରୁ ଗଣିତ ଶିକ୍ଷକ ପଦଵି ଖାଲି ପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଶିକ୍ଷା ବିଭାଗର ପଦଵି ପୁରଣ ନ ହେଵାରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲରେ ପ୍ରାର୍ଥନା ସାରିଵାପରେ ଅଚାନକ ସ୍କୁଲରୁ ବାହାରି ବିନିକା -ଗୋଡ଼ଭଗା ମୁଖ୍ୟ ରାସ୍ତାରେ ରାସ୍ତାରୋକ କରିଥିଲେ। ୧୦ ମିନିଟପରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଵୁଝାଇଵାପରେ ରାସ୍ତାରୋକ ହଟିଥିଲା। ପ୍ରଧାନ ଶିକ୍ଷକ ମଧ୍ୟ ସ୍ବୀକାର କରିଥିଲେ ଯେ ଗଣିତ ଶିକ୍ଷକ ନଥିବା କାରଣରୁ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe