ସୋନପୁର: ଚୋରି ଅଭିଯୋଗରେ ସୋନପୁର ପୁଲିସ ସୋନପୁର ମଝିପଡାର ମହମ୍ମଦ ଅନଓ୍ଵାରକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସୋନପୁର ମଝିପଡ଼ାର ମହମ୍ମଦ ଅନଓ୍ଵାର ସୋନପୁର ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା କ୍ରିଷ୍ଣା ଚପଲ ଦୋକାନକୁ ଚପଲ କିଣି ଯିବା ବାହାନାରେ ସେଠାରୁ ଚପଲ ଚୋରି କରି ଫେରାର ମାରୁଥିବା ବେଳେ ଦୋକାନ ମାଲିକ ପିଛାକରି ତାକୁ ଧରି ପୁଲିସର ଜିମା ଦେଇଥିଲେ। ଦୋକାନ ମାଲିକ ନରସିଂହ ମେହେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ମହମ୍ମଦକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଏସ୍ଆଇ ଏକାଦଶିଆ ପ୍ରଧାନ ଏହି ଘଟଣାର ତଦନ୍ତ କରୁଛନ୍ତି।
ଚୋରି ଅଭିଯୋଗରେ ଜଣେ ଗିରଫ
Advertisment
Follow Us