ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସ୍‌ଟିଏଫ୍‌, ୨ ଅଟକ

Advertisment
ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସ୍‌ଟିଏଫ୍‌, ୨ ଅଟକ

ବିନିକା: ବଜ୍ରକାପ୍ତା ଚାଲାଣ ବେଳେ ଏସ୍‌ଟିଏଫ୍‌କୁ ମିଳିଲା ବଡ଼ ସଫଳତା। ବିନିକା ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ଆଜି ଏସ୍‌ଟିଏଫ୍‌ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ୨ ଅଭିଯୁକ୍ତକୁ ଅଟକ ରଖିଛି। ସୋନପୁର ଜିଲ୍ଲାର ଦଙ୍ଗୁରପାଲି ପୁଲିସ୍‌ ଷ୍ଟେସନ୍‌ ଅଧୀନସ୍ଥ ଦଙ୍ଗୁରପାଲି ଛକରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ବଲାଙ୍ଗୀରର ଅଶୋକ ବିଶି ଓ ଜୟକୁମାର ପଟେଲ୍‌।

ବଜ୍ରକାପ୍ତା ଉଦ୍ଧାର ପରେ ଏସ୍‌ଟିଏଫ୍‌ ୨ ଅଭିଯୁକ୍ତଙ୍କ ନିକଟରୁ ସନ୍ତୋଷଜନକ ଉତ୍ତର ନପାଇ ସେମାନଙ୍କୁ ଅଟକ ରଖିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୋନପୁର ଫରେଷ୍ଟ୍‌ ଡିଭିଜନ୍‌ ଅନ୍ତର୍ଗତ ବିନିକା ଜଙ୍ଗଲ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ସୂଚନା ରହିଛି।

ବିଶେଷ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିବାରୁ ଏସ୍‌ଟିଏଫ୍‌ ହାତରେ ଚାଲଣ ହେଉଥିବା ଜୀବନ୍ତ ବଜ୍ରକାପ୍ତାଟି ଲାଗିଥିଲା।  କେବଳ ବଜ୍ରକାପ୍ତା ନୁହେଁ, ଚଢ଼ାଉ କାଳରେ ଏସ୍‌ଟିଏଫ୍‌ ଆନ୍ୟାନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି। ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ପରେ ସୁରକ୍ଷା ଦୃଷ୍ଟିରୁ ତାକୁ ସୋନପୁର ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe