ସୁବର୍ଣ୍ଣପୁର: ପାତାଳି ମହୋତ୍ସବ ଉଦ୍‌ଘାଟିତ, ପ୍ରଥମ ଦିନରେ ପହଂଚିଲେ ସହସ୍ରାଧିକ ଭକ୍ତ-ଦର୍ଶକ

ସୁବର୍ଣ୍ଣପୁର: ପାତାଳି ମହୋତ୍ସବ ଉଦ୍‌ଘାଟିତ, ପ୍ରଥମ ଦିନରେ ପହଂଚିଲେ ସହସ୍ରାଧିକ ଭକ୍ତ-ଦର୍ଶକ

ଉଲୁଣ୍ଡା: ପାତାଳି ମହୋତ୍ସବର ୧୪ତମ ସଂସ୍କରଣ ମଙ୍ଗଳବାର ଉଦ୍‌ଘାଟନ ହୋଇ ଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ନିକଟ ଛଳିଆ ପାହାଡ଼ ଉପରେ ଭଗବାନ ଶ୍ରୀଜଗନ୍ନାଥଙ୍କ ପାତାଳି ଶ୍ରୀକ୍ଷେତ୍ର ଠାରେ ଏହି ମହୋତ୍ସବକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ମଧୁ ସୁଦନ ମିଶ୍ର ଉଦ୍‌ଘାଟନ କରିଛନ୍ତି। ଆଠ ଦିବସୀୟ ଏହି ମହୋତ୍ସବ ଫେବ୍ରୁଆରି ୧୨ ଯାଏଁ ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଶୀତ ସାମାନ୍ୟ କମି ଯାଇଥିବାରୁ ପାତାଳି ଶ୍ରୀକ୍ଷେତ୍ରରେ ମଙ୍ଗଳବାର ଭକ୍ତ ଓ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ପାତାଳି ଶ୍ରୀକ୍ଷେତ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ଲୀଳାକ୍ଷେତ୍ର ହୋଇଥିବାରୁ ଏଠାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଗମନ ହୋଇଥାଏ। ସେହିପରି ଏକ ବର୍ଣ୍ଣାଢ଼୍ୟ ପ୍ରାକୃତିକ ପରିବେଶରେ ମେଳା ଓ ଯାତ୍ରା ଲାଗିଥିବାରୁ ଦର୍ଶକମାନେ ଏଠାକୁ ଖୁସିରେ ଆସିଥାନ୍ତି।

publive-image

ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ଦେବି ପ୍ରସାଦ ଦାଶ, ସମ୍ପାଦକ ଉତ୍ତର କୁମାର ପାତ୍ର, ସଂଯୋଜକ ପୁର୍ଣ ଚନ୍ଦ୍ର ପାଢ଼ୀ, ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ କୋଟସମ ଲାଇ ହାଇସ୍କୁଲର ଛାତ୍ର ଛାତ୍ରୀ, ଖୁଂଟଲାପାଲି, ବାଘପାଲି, ଅରବିନ୍ଦସ୍କୁଲ, ଦାଦରପାଲି, ହରିଣପାଲି ଆଦି ଗାଁରୁ ଲୋକଙ୍କର ଭିଡ଼ ହୋଇଛି। ଆଜି ଭାଗବତ ସପ୍ତାହ, ପରାୟଣ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ପାତାଳି ମହୋତ୍ସବ ପୂର୍ବରୁ ସୋମବାର କଳଶ ଶୋଭାଯାତ୍ରା ହୋଇଥିଲା। ଏଥି ପାଇଁ ଶତାଧିକ ମହିଳା କଳଶ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe