ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଅଭାବନୀୟ ଦୃଶ୍ୟ: ଟ୍ରଲିରିକ୍ସାରେ ବୁହା ହେଲେ ରୋଗୀ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଅଭାବନୀୟ ଦୃଶ୍ୟ: ଟ୍ରଲିରିକ୍ସାରେ ବୁହା ହେଲେ ରୋଗୀ

ବିନିକା: ସରକାର ସର୍ବସାଧାରଣଙ୍କ ପାଇଁ ଜନ୍ମର ମୃତ୍ୟୁ ପର୍ଯ୍ୟନ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। କିନ୍ତୁ ବିନିକା ଅଞ୍ଚଳରେ ତାହା ସର୍ବସାଧାରଣଙ୍କ ପାଖକୁ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ବିନିକା ସହର ଟାଉନହଲ ସମ୍ମୁଖରେ ହଲୁ ନାଏକ (୩୮) ଜଣେ ଅସହାୟ ବ୍ୟକ୍ତି ଖରାରେ ପଡ଼ି ମୂର୍ଚ୍ଛିତ ହୋଇ ଗୁରୁତର ହୋଇଥିଲେ। ରାସ୍ତାରେ ଯାଉଥିବା ବ୍ୟକ୍ତିମାନେ ହଲୁର ପରିସ୍ଥିତି ଦେଖି କିଛି ଭଦ୍ର ବ୍ୟକ୍ତି ୧୦୮କୁ ଫୋନ କରିଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବିନିକା ଡାକ୍ତରଖାନାର ଅନତି ଦୂରରେ ଥିବା ଟାଉନହଲକୁ ୧୦୮ ଆସିବାରେ ବିଳମ୍ବ ହେବାରୁ ଅନୀଲ ମାହାର  ନାମକ ଜଣେ ବ୍ୟକ୍ତି ଟ୍ରଲିରିକ୍ସା  ଚାଳକ ଜୟରାମ କର୍ଣ୍ଣଙ୍କୁ ଡ଼ାକି ଗୁରୁତର ବ୍ୟକ୍ତିଙ୍କୁ ବିନିକା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ଟ୍ରଲିରିକ୍ସାରେ ଗୁରୁତର ରୋଗୀଙ୍କୁ ବିନିକା ଡାକ୍ତରଖାନାକୁ ନେଉଥିବା ଜନସାଧାରଣ ଦେଖି ୧୦୮ କାହା ପାଇଁ ବୋଲି ଆଲୋଚନା କରୁଥିଲା ବେଳେ ଶ୍ରୀ ମାହାର ଓ କର୍ଣ୍ଣଙ୍କୁ ପ୍ରଶଂସାରେ ପୋତି ଦେଇଥିଲୋ

ସୂଚନାଯୋଗ୍ୟ, ବିନିକାରେ ମୃତ ବ୍ୟକ୍ତିକୁ ବୋହି ନେବା, ସା‌ଇକେଲରେ ନେବା ଦେଖିବାକୁ ମିଳୁଥିବା ବେଳେ ଟ୍ରଲିରିକ୍ସାରେ ସଜ୍ଞାହୀନ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଆଣିବା ଆଜି ଦେଖିବାକୁ ମିଲିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁନି, ତାହାହେଲେ ଉପାନ୍ତ ଅଞ୍ଚଳର ରୋଗୀମାନଙ୍କୁ କେମିତି ଆମ୍ବୁଲାନ୍ସ ମିଳୁଥିବ ତାହା ଏଇ ଦୃଶ୍ୟକୁ ଦେଖିଲେ ଠିକ ଜଣାପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe