ଭତ୍ତା ଟଙ୍କା ହେରଫେର ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ

Advertisment

ପ୍ରଥମ ପର୍ଯ୍ୟାୟରେ ୩ ଜଣଙ୍କ ରେକର୍ଡ ଯାଞ୍ଚ:‘ସମ୍ବାଦ’ପ୍ରଭାବ

ପ୍ରଥମ ପର୍ଯ୍ୟାୟରେ ୩ ଜଣଙ୍କ ରେକର୍ଡ ଯାଞ୍ଚ:‘ସମ୍ବାଦ’ପ୍ରଭାବ

ଭତ୍ତା ଟଙ୍କା ହେରଫେର ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ୧କୋଟିରୁ ଅଧିକ ଭତ୍ତା ଟଙ୍କା କେତେକ କର୍ମଚାରୀ ହେରଫେର କରିଥିବା ନେଇ ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସୋନପୁର ଭିଜିଲାନ୍ସ ଟିମ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ଇନ୍‌ସପେକ୍ଟର ସୁବାଷ ମିଶ୍ର ଓ କର୍ମଚାରୀ ପ୍ରଭାସ ଚରଣ ଗୁରୁ ଡୁଙ୍ଗୁରିପାଲି ବ୍ଳକକୁ ଆସି ପୂର୍ବ ଇଓ ବିଶ୍ୱାମିତ୍ର ପଧାନି, ଗୋପବନ୍ଧୁ ସେଠ ଏବଂ ଅବସରପ୍ରାପ୍ତ ଇଓ ରାଜକୁମାର ବିଶ୍ୱାଳଙ୍କ କାଗଜ ପତ୍ର ନେଇ ଯାଇଛନ୍ତି।
ବିଗତ ୧୦ ବର୍ଷ ହେଲା ଡୁଙ୍ଗୁରିପାଲି ବ୍ଲକର କେତେକ ଇଓ ଏବଂ କର୍ମଚାରୀ ୧ କୋଟି ଟଙ୍କାରୁ ଅଧିକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଅଗ୍ରିମ ନେଇ ଫେରାଇ ନଥିଲେ। ଏ ନେଇ ବାରମ୍ବାର ଏକ ମାତ୍ର ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେଇଁଥିଲା।

ଜିଲ୍ଲାପାଳ ବ୍ଳକ ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଗିଦ କରିଥିଲେ। ଇତି ମଧ୍ୟରେ ଲକ୍ଷାଧିକ ଟଙ୍କା ଅଗ୍ରିମ ନେଇଥିବା କେତେକ କର୍ମଚାରୀଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ଆଉ କେତେକ କର୍ମଚାରୀ ଅବସର ନେଇ ସାରିଥିବା ଏବଂ ଜନୈକ ଯନ୍ତ୍ରୀ ନିଲମ୍ବିତ ହୋଇଥିବା ଜଣାଯାଇଛି। ସୋନପୁର ଭିଜିଲାନ୍ସ ଟିମଙ୍କ ହାତରେ ପଡ଼ିଥିବା ଫାଇଲରେ ଅଦ୍ୟାବିଧି ପୂର୍ବ ଇଓ ବିଶ୍ୱାମିତ୍ର ପଧାନିଙ୍କ ପାଖରେ ଅଗ୍ରୀମ ନେଇଥିବା ଭତ୍ତା ଟଙ୍କା ୨୪ ଲକ୍ଷ ୮୮ ହଜାର ଟଙ୍କା ବାକିଥିବା ବେଳେ ପୂର୍ବ ଇଓ ଗୋପବନ୍ଧୁ ସେଠଙ୍କ ପାଖରେ ୩ ଲକ୍ଷ ୮୬ ହଜାର ୬ଶହ ଟଙ୍କା ଏବଂ ଅବସର ଗ୍ରହଣ କରିଥିବା ରାଜକୁମାର ବିଶ୍ୱାଳଙ୍କ ପାଖରେ ୪ ଲକ୍ଷ ୪୩ ହଜାର ୮ ଶହ ଟଙ୍କା ବାକିଥିବା ପ୍ରକାଶ। ଅହୁରି ମଧ୍ୟ କେତେକ କର୍ମଚାରୀ ଭତ୍ତା ଅଗ୍ରିମ ଟଙ୍କା ନଫେରାଇ ମଧ୍ୟ ବଦଳି ହୋଇଯାଇଥିବା ଯୋଗୁଁ ରହସ୍ୟ କ’ଣ ବୋଲି ଚର୍ଚ୍ଚା ଜୋର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe