ସହିଦ ଦିବସ ପାଳନ ପାଇଁ ପ୍ରସ୍ତୁତି

Advertisment
ସହିଦ ଦିବସ ପାଳନ ପାଇଁ ପ୍ରସ୍ତୁତି

ସୋନପୁର: ସହିଦ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଲି ଗୁରୁବାର ଏସ୍‌ପି ଦେବୀପ୍ରସାଦ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲ୍ଲାର ବୀର ପୁରୁଷ ନକ୍ସଲ ଗୁଳିରେ ସହିଦ ହୋଇଥିବା ନରସିଂହ ମହାକୁଡ ଏବଂ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ବିଭୀଷଣ ସାହୁଙ୍କ ବୀରତ୍ବକୁ ନେଇ ଜିଲ୍ଲା ଗର୍ବିତ ବୋଲି ଏସପି ଶ୍ରୀ ଦାଶ ମତ ଦେଇଥିଲେ। ସହିଦ ଦିବସ ଉପଲକ୍ଷେ ଆସନ୍ତା ୧୩ ତାରିଖ ଜିଲ୍ଲା ଆରକ୍ଷୀ ବାହିନୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମୋଟର ସାଇେଲ ଶୋଭାଯାତ୍ରା ସୋନପୁରରୁ ବାହାରି ବୀରମହାରାଜପୁର ଯିବ। ନରସିଂହ ମହାକୁଡ ପଢ଼ିଥିବା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ବିଭୀଷଣ ସାହୁ ଅଧ୍ୟୟନ କରିଥିବା କୁମରକେଲି ଉଚ୍ଚ ବିଦ୍ୟାଳୟରେ ମଧ୍ୟ ବକ୍ତୃତା ପ୍ରତିଯୋତଗିତା ଅନୁଷ୍ଠିତ ହେବା ସହିତ ବୀର ସହିଦମାନଙ୍କ ପ୍ରତିକୃତି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ଅନାବରଣ ହେବ ବୋଲି ଏସପି ଶ୍ରୀ ଦାଶ ସୂଚନା ଦେଇଥିଲେ। ୨୧ ତାରିଖ ଦିନ ବୀର ସହିଦମାନଙ୍କ ଗୃହ ପରିଦର୍ଶନ ଓ ଉତ୍ତରାଧିକାରୀମାନଙ୍କୁ ପୁଷ୍ପଗୁଛ ପ୍ରଦାନ ତଥା ସନ୍ଧ୍ୟାରେ ସହିଦମାନଙ୍କ ସ୍ମୃତି ଚାରଣ ପାଇଁ ମହମବତି ଶୋଭାଯାତ୍ରା କରାଯିବା ନେଇ ସୂଚନା ଦିଆଯାଇଥିଲା। ଏଥିରେ ଏଏସ୍‌ପି ରମେଶ ପାଣିଗ୍ରହୀ, ଡିଏସପି ଆନନ୍ଦବର୍ଦ୍ଧନ ଗୁରୁ, ଡିଏସପି ଶେଖ ମୁଜିବୁର ରହେମାନ, ଇନ୍ସପେକ୍ଟର ନରେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe