ବୀରମହାରାଜପୁର: ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଲେ ଜନ ପ୍ରତିନିଧି । ଭୋଟ ଦେଇ ଥିବା ଜନ ପ୍ରତିନିଧିଙ୍କୁ ହିସାବ ମାଗିଛନ୍ତି ଜନତା। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତରେ। ସ୍ଥାନୀୟ ସରପଞ୍ଚ ରାଜକିଶୋର ନାଏକ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଜାଣିବାକୁ ମିଳିଛି ଯେ ସଂଗ୍ରାମପୁରରୁ ଭାଟପଦର ଗାଁକୁ ଯାଇଥିବା ରାସ୍ତାର ଅବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ଗ୍ରାମବାସୀ । ସମସ୍ୟାର ସମାଧାନ କରିବାକୁ ସରପଞ୍ଚ କୌଣସି ପଦକ୍ଷେପ ନେଇ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା। ଫଳରେ କ୍ଷୁବ୍ଧ ଲୋକମାନେ ସରପଞ୍ଚଙ୍କୁ ରାସ୍ତା ସାରା ପାଦରେ ଚଲାଇ ଚଲାଇ ରାସ୍ତା ଦେଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏମିତିକି କାଦୁଅ ରାସ୍ତାରେ ଯୋତା ଖୋଲି ଚାଲି ଚାଲି ଯିବାକୁ ଲୋକେ ବାଧ୍ୟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ପୂର୍ବରୁ ସରପଞ୍ଚଙ୍କ ମନମୁଖି ଶାସନକୁ ନେଇ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହୋଇଛି । ଭାଇରାଲ୍ ହୋଇଥିବା ଭିଡିଓଟି କିଛି ଦିନ ହେବ ମୋବାଇଲରୁ ମୋବାଇଲକୁ ବୁଲିବାରେ ଲାଗିଛି। ଏହା କିଛି ଦିନ ତଳର ଏକ ପୁରୁଣା ଭିଡିଓ ବୋଲି ଜାଣିବାକୁ ମିଳିଛି।
/sambad/media/post_attachments/wp-content/uploads/2020/10/ec72bff0-bbfc-45bd-93a5-0d387c3b9088-300x164.jpg)
ତେବେ ଏ ନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ‘ରାସ୍ତା ପାଇଁ ୨୦୧୯ ଆର୍ଥିକ ବର୍ଷରେ ଦେଢ଼ ଲକ୍ଷ ଟଙ୍କାର ମଞ୍ଜୁରୀ କରି ମାଟି କାମ କରା ଯାଇଥିଲା। ଯେହେତୁ ଦୁଇ କିଲୋମିଟରର ରାସ୍ତା, ଏଥିପାଇଁ ଆହୁରି ଅର୍ଥର ଆବଶ୍ୟକତା ଅଛି। ଏହି ରାସ୍ତାରେ କିଛି କାମ କରାଯାଇଥିଲା କିନ୍ତୁ କିଛି ଅସାଧୁ ବ୍ୟକ୍ତି ସେ ରାସ୍ତା କାମକୁ ଗଣ୍ଡଗୋଳ କରି ବନ୍ଦ କରି ଦେଇଥିଲେ। ତଥାପି ଏ ବର୍ଷ ଏହି ରାସ୍ତା ପାଇଁ ଆହୁରି ଅର୍ଥ ବ୍ୟବସ୍ଥା କରାଯିବ।’
  
 Follow Us