ଦ୍ଵିତୀୟ ଦିନରେ ପହଞ୍ଚିଲା ଡୁଙ୍ଗୁରିପାଲିରେ ରାସ୍ତା ଅବରୋଧ ଆନ୍ଦୋଳନ

ଦ୍ଵିତୀୟ ଦିନରେ ପହଞ୍ଚିଲା ଡୁଙ୍ଗୁରିପାଲିରେ ରାସ୍ତା ଅବରୋଧ ଆନ୍ଦୋଳନ

ସୁବର୍ଣ୍ଣପୁର: ୨୬ ନମ୍ବର ଜାତୀୟ ରାଜପଥ ବିପର୍ଯ୍ୟସ୍ତ ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ରାସ୍ତା ଅବରୋଧ ଆନ୍ଦୋଳନ ଦ୍ଵିତୀୟ ଦିନରେ ପହଞ୍ଚିଛି। ଗତକାଲି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଡୁଙ୍ଗୁରିପାଲିରେ ଗତକାଲି ସୋମବାର ଜିଲ୍ଲାପାଳ ଓ ଏସପି ଡୁଙ୍ଗୁରିପାଲି ଆସି ଜନ ଅଭିଯୋଗ ଶୁଣାଣି କରିଥିଲେ ମଧ୍ୟ ଆନ୍ଦୋଳନସ୍ଥଳକୁ ଆସିନଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇଥିଲା। ଆଜି ରାସ୍ତାରୋକ ଆନ୍ଦୋଳନ ଜାରି ରଖିବା ସହ କୋର୍ଟ ବ୍ୟତୀତ ସମସ୍ତ ସରକାରୀ ଅଫିସକୁ ଆନ୍ଦୋଳନକାରୀମାନେ ବନ୍ଦ କରିଥିଲେ।

ସୂଚନାଯୋଗ୍ୟ, ଡୁଙ୍ଗୁରିପାଲି ଅଞ୍ଚଳର ଚିନାଜୁରୀଠାରୁ ଚେରୁପାଲି ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ଲୋକମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସଚେତନ ନାଗରିକ କମିଟି ପକ୍ଷରୁ ଲିଖିତ ଦିଆଯାଇଥିଲେ ସୁଦ୍ଧା ରାସ୍ତା ପ୍ରଶସ୍ତିକରଣ କରାଯାଉ ନ ଥିବାରୁ ବାଧ୍ୟ ହୋଇ ଆଜି ଏହି ଆନ୍ଦୋଳନ କରିଥିବା ଦେଖା ଦେଇଛି। ଆନ୍ଦୋଳନ ସ୍କାନରେ ଅପ୍ରୀତିକର ପରିସ୍ଥିତିକୁ ଆଖି ଆଗରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ଭାବରେ ରାସ୍ତା ଅବରୋଧ ଆନ୍ଦୋଳନ କରାଯାଇଛି। ଯଦି ସରକାର ଏ ଦିଗରେ କିଛି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe