ଶିକ୍ଷାସେତୁ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ: ଅଗ୍ରଗତି ଉପରେ ଗୁରତ୍ବ

Advertisment
ଶିକ୍ଷାସେତୁ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ: ଅଗ୍ରଗତି ଉପରେ ଗୁରତ୍ବ

ସୋନପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଶିକ୍ଷାସେତୁ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ଘରେ ଥିବା ପିଲାମାନଙ୍କୁ ବ୍ୟବସ୍ଥିତ ଶିକ୍ଷାଦାନ କରିବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି କହିବା ସହ କେହି ଛାତ୍ରଛାତ୍ରୀ ଯେପରି ଶିକ୍ଷା ପାଇବାରୁ ବଞ୍ଚିତ ନହେବେ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ସହ ମତ ବିନିମୟ ପୂର୍ବକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ, ସମୃଦ୍ଧ ଓ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଏବସରରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଶିକ୍ଷାସେତୁ କାର୍ଯ୍ୟକ୍ରମରେ ପ୍ରଶଂସନୀୟ ତଥା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ୍‌ର ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ଡୁଙ୍ଗୁରିପାଲି ଓ ସୋନପୁର ବ୍ଲକ୍‌ରେ ଏହି କାର୍ଯ୍ୟକ୍ରମକୁ ଆହୁରି ସମୃଦ୍ଧ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ତରଭା ଓ ବିନିକା ବ୍ଲକ୍‌ରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ତଥା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବ୍ଲକ୍‌ର ବିଭାଗୀୟ ଅଧିକାରୀଙ୍କୁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଶିକ୍ଷାସେତୁ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ଲକ୍‌ସ୍ତରରେ ଉଲୁଣ୍ଡା ବ୍ଲକ୍‌, କ୍ଲଷ୍ଟରସ୍ତରରେ ଲୁତୁରପଙ୍କ କ୍ଲଷ୍ଟର, ସ୍କୁଲସ୍ତରରେ ସୋନପୁର ବ୍ଲକ୍‌ ଅନ୍ତର୍ଗତ ଗଡିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପ୍ରଶଂସା କରିଥିଲେ। ବିଆର୍‌ସିସି, ସିଆର୍‌ସିସି ତଥା ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଶିକ୍ଷାସେତୁ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe