ପୁଅର ଗୁଳିମାଡ଼ରେ ବାପା ଗୁରୁତର: ବୁର୍ଲା ଭିମସାରରେ ଭର୍ତ୍ତି

Advertisment
ବସ୍ ହେଲପରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି

www.vimsar.ac.in

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଚିନାଜୁରୀ ଗାଁରେ ନିଶାସକ୍ତ ପୁଅ ବାପାଙ୍କୁ ଗୁଳି କରିଥିବାର ଖବର ମିଳିଛି। ବାପା ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଗାଁର ଗଙ୍ଗାଜଳ ମେହେର (୫୬)ଙ୍କୁ ପୁଅ ବିକ୍ରମ ମେହେର ଗୁଳିମାଡ଼ କରିଥିଲେ।

ସୂଚନା ଅନୁଯାୟୀ, ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ହୋଇଥିଲା। ଏହି ସମୟରେ ବିକ୍ରମ ତାଙ୍କ ପତ୍ନୀଙ୍କୁ ଗୁଳି କରି ଦେବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ଗଙ୍ଗାଜଳ ମେହେର ତାଙ୍କୁ ଗୁଳି କରିବା ଲାଗି କହିଥିଲେ। ଏହାପରେ ନିଶାସକ୍ତ ବିକ୍ରମ ଉତ୍ତେଜିତ ହୋଇ ତାଙ୍କ ବାପାଙ୍କୁ ଗୁଳି କରି ଦେଇଥିଲେ। ଗୁଳି ବାଜିବା ମାତ୍ରେ ବାପା ତଳେ ଟଳିପଡ଼ିଲେ। ତାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରୁ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe