କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ସୋନପୁର-ବିନିକା ମୁଖ୍ୟ ରାସ୍ତା ଅବରୋଧ

Advertisment
କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ସୋନପୁର-ବିନିକା ମୁଖ୍ୟ ରାସ୍ତା ଅବରୋଧ

ବିନିକା: କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲାର ଉର୍ଲେଠାରେ ରାସ୍ତାରୋକ କରାଯାଇଥିବାର ଖବର ମିଳିଛି। ଏଠାରେ ଶତାଧିକ ଲୋକ ସୋନପୁର-ବିନିକା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଏହାଫଳରେ ସେହି ବାଟ ଦେଇ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ଅଟକ ରହିଛି। ଆଜି ସକାଳ ୭ଟାର ୫ଟା ଯାଏ ଏହି ରାସ୍ତାରୋକ ଜାରି ରହିବ ବୋଲି ସୂଚନା ଦିଆଯାଇଛି।
ଏଠାରେ ବିନିକା ତହସିଲଦାର ଓ ଏସଡିପିଓ ପ୍ରମୁଖ ପହଞ୍ଚି ଧାରଣାରତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ୨୨ ତାରିଖରେ ଦୁର୍ବୃତ୍ତମାନେ କପିଳେଶ୍ୱର ମନ୍ଦିରର ୩ଟି ଦାନବାକ୍ସ ଚୋରି କରିଥିଲେ। ହେଲେ ଘଟଣା ଘଟିବାର ଏତେ ଦିନ ବିତିଯାଇଥିଲେ ବି ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ ବା ଦାନବାକ୍ସରୁ ଚୋରି ହୋଇଥିବା ଟଙ୍କା ଉଦ୍ଧାର ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe