ସୁବର୍ଣ୍ଣପୁର: ବିଷ ପିଇ ଆତ୍ମହତ୍ୟା କଲେ ସାବାଳକ ପ୍ରେମିକ ଓ ନାବାଳିକା ପ୍ରେମିକା

Advertisment
ସୁବର୍ଣ୍ଣପୁର: ବିଷ ପିଇ ଆତ୍ମହତ୍ୟା କଲେ ସାବାଳକ ପ୍ରେମିକ ଓ ନାବାଳିକା ପ୍ରେମିକା

ସୁବର୍ଣ୍ଣପୁର: ଗୁରୁବାର ସକାଳେ ବିନିକା ଥାନା ଅନ୍ତର୍ଗତ ବଲାରଙ୍ଗ ଗ୍ରାମରେ ଜଣେ ସାବାଳକ ପ୍ରେମିକ ଓ ତାଙ୍କ ନାବାଳିକା ପ୍ରେମିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ମୃତ ପ୍ରେମିକ ହେଉଛନ୍ତି ଅଫିସ ଭୋଇଙ୍କ ୨୨ ବର୍ଷିୟ ପୁଅ ଅଚିତ ଏବଂ ଘନ ବିଶିଙ୍କ ୧୬ ବର୍ଷୀୟ ଝିଅ।

ଅଚିତଙ୍କ ଅନ୍ୟତ୍ର ବିବାହ ସ୍ଥିର ହେବାରୁ ଉଭୟ ଗତରାତିରେ ବିଷ ପିଇଥିବା କଥା କୁହାଯାଉଛି।

ଆଜି ସକାଳେ ସେମାନେ ସଙ୍କଟାପନ୍ନ ଅବସ୍ଥାରେ ଅଫିସ ଭୋଇଙ୍କ ବାଡ଼ିରେ ପଡ଼ିଥିବା ଦେଖାଯାଇଥିଲା। ଚିକିତ୍ସା ନିମନ୍ତେ ତୁରନ୍ତ ଦୁହିଁଙ୍କୁ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେମାନେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

ବିନିକା ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe