ଓଏସ୍‌ଏସ୍‌ସି ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କଲା ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ

Advertisment
ଓଏସ୍‌ଏସ୍‌ସି ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କଲା ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ

ସୁବର୍ଣ୍ଣପୁର:  ଓଏସ୍‌ଏସ୍‌ସିର ଜଣେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଖରୁ କୋଟି କୋଟି ଟଙ୍କା ଭିଜିଲାନ୍ସ ବିଭାଗ ପାଇବା ଏଠାରେ ଦୁର୍ନୀତି ହୋଇଥିବା ଘଟଣାକୁ ସ୍ପଷ୍ଟ କରୁଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଦୁର୍ନୀତି ଯୋଗୁଁ ବହୁ ମେଧାବୀ ଆବେଦନକାରୀ ଚାକିରି ପାଇବାରୁ ବଞ୍ଚିତ ହୋଇଥିବା ଦଳ ଅଭିଯୋଗ କରିଛି। ଏଣୁ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି ଜିଲ୍ଲା ଛାତ୍ର କଂଗ୍ରେସ।

ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦଳ ପକ୍ଷରୁ ପ୍ରଦାନ କରାଯାଇଛି।  ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ସଂଗଠନ ସଂପାଦକ ସୁଧୀର ପଣ୍ଡା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଶ୍ବିନୀ ଶତପଥୀ, ସର୍ଜନ ପାଣ୍ଡେ, ଦୁଷ୍ମନ୍ତ ରଣା, ସୁଧୀର କ୍ଷେତି ଓ ଶ୍ରୀକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe