ଟ୍ରକ୍‌ ସହ ତେଲ ଟ୍ୟାଙ୍କର୍‌ ମୁହାଁମୁହିଁ; ଜିଅନ୍ତା ଜଳିଗଲେ ଟ୍ୟାଙ୍କର୍‌ ଚାଳକ

Advertisment
ଟ୍ରକ୍‌ ସହ ତେଲ ଟ୍ୟାଙ୍କର୍‌ ମୁହାଁମୁହିଁ; ଜିଅନ୍ତା ଜଳିଗଲେ ଟ୍ୟାଙ୍କର୍‌ ଚାଳକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଳ୍ଲାର ସୋନପୁର-ସମ୍ବଲପୁର ରାସ୍ତାରେ ନିକଟସ୍ଥ ଏସ୍‌. ପତ୍ରାପାଲିଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଟ୍ୟାଙ୍କ୍‌ର ଚାଳକ। ଏହି ଟ୍ୟାଙ୍କରେ ଥିବା ହେଲପର୍‌ଙ୍କର ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଟ୍ୟାଙ୍କର୍‌ ଚାଳକଙ୍କ ପରିଚୟ ମିଳିପାରିନାହିଁ।

ରାସ୍ତା ମଝିରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ହେବା ପରେ ତେଲ୍‌ ଟ୍ୟାଙ୍କ୍‌ର ଜଳି ଯାଇ ଏପରି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର୍‌ ଜାଳି ରାସ୍ତା ଚଳାଚଳ ବନ୍ଦ ରଖିଛନ୍ତି।

ସୂଚନା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତା ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି। ଟ୍ୟାଙ୍କ୍‌ର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍‌ ଚାଳକଙ୍କ ସଂପର୍କରେ କିଛି ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe