ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଆରୋହୀ ମୃତ

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର- ସୋନପୁର ରାସ୍ତା ମହାନଦୀ ନେତ୍ର ଚିକିତ୍ସାଳୟ ପାଖରେ ଏକ ବାଇକ୍ ଦୁର୍ଘଟଣାରେ କ୍ଷେତିପାଲି ଗ୍ରାମର ଜଗଦୀଶ ଗାଇଗରିଆ (୩୫)ଙ୍କ ମୃତ୍ୟୁ ଘଟିଛି।
ଜଗଦୀଶ ରବିବାର ରାତି ପ୍ରାୟ ୧୧ଟା ବେଳେ ଏକ ବାଇକରେ ବୀରମହାରାଜପୁର ଛକରୁ ନିଜ ଘରକୁ ଫେରୁଥିଲେ। ପଣ୍ଡାପାଲି ନେତ୍ର ଚିକିତ୍ସାଳୟ ପାଖରେ ଥିବା ହମ୍ପସ୍‌ରେ ବାଇକ୍‌ରେ ଭାରସାମ୍ୟ ହରାଇ ନିକଟସ୍ଥ ଏକ ତାଳଗଛରେ ପିଟି ହୋଇଥିଲା। ପୁଲିସଠାରୁ ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବୀରମହାରାଜପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଏଏସ୍‌ଆଇ ଚକ୍ରଧର ବାରଲେବଡ଼ିଆ ତଦନ୍ତ କରୁଛନ୍ତି। ମୃତ ଜଗଦୀଶଙ୍କ ସ୍ତ୍ରୀ ଓ ଏକ ଛୋଟ ଝିଅ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe