ବୀରମହାରାଜପୁର ଜଗନ୍ନାଥ ମନ୍ଦିରର ଦୁଇଟି ହୁଣ୍ଡିକୁ ଲୁଟିନେଲେ ଦୁର୍ବୃତ୍ତ

ବୀରମହାରାଜପୁର ଜଗନ୍ନାଥ ମନ୍ଦିରର ଦୁଇଟି ହୁଣ୍ଡିକୁ ଲୁଟିନେଲେ ଦୁର୍ବୃତ୍ତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି ଦୁଇଟି ହୁଣ୍ଡିକୁ ଦୁର୍ବୃତ୍ତମାନେ ଚୋରି କରିନେଇଥିବାର ସୂଚନା ମିଳିଛି। ମନ୍ଦିର କମିଟି ତରଫରୁ ଥାନାରେ ଏନେଇ ଏତଲା ଦିଆଯିବା ପରେ ବୀରମହାରାଜପୁର ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି।

publive-image

ମିଳିଥିବା ସୂଚନା ଅନୁସାରେ ସୋମବାର ରାତିରେ ମନ୍ଦିର ପହୁଡ଼ ଦେଇ ପୂଜକ ଘରକୁ ଯାଇଥିଲେ। ଆଜି ଭୋରସମୟରେ ମନ୍ଦିର ଦ୍ବାର ଖୋଲିବା ପାଇଁ ପୂଜକ ବିଶ୍ଵାମିତ୍ର ଚାନ୍ଦ ଆସି ଦେଖିଲା ବେଳକୁ ସିଂହଦ୍ୱାର ତାଲା କାଟି ଦୁଇ ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ ପୂଜକ। ଏହାପରେ ମନ୍ଦିର ପରିଚାଳନା କମିଟିର ସଭାପତି ବିଷ୍ଣୁ ଚରଣ ପଣ୍ଡା ଓ ସମ୍ପାଦକ ଶମ୍ଭୁ ପ୍ରସାଦ ହୋତା ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥି‌ଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏବେ ମିଳିଥିବା ସୂଚନା ଅନୁସାରେ ମନ୍ଦିର ପାଖରେ ଥିବା ଭଗ ବନ୍ଧର ଏକ ପରିତ୍ୟକ୍ତ ସ୍ଥାନରେ ହୁଣ୍ଡି ଦୁଇଟି ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe