ରଥାରୁଢ଼ ହେଲେ ତିନି ଠାକୁର, ରଥଟଣା ଆଜି

Advertisment
ରଥାରୁଢ଼ ହେଲେ ତିନି ଠାକୁର, ରଥଟଣା ଆଜି

ସୋନପୁର: ସୋନପୁରରେ ଉତ୍ସାହ ଉଦ୍ଦୀପନା ସହିତ ରଥଯାତ୍ରା ପାଳନ ହୋଇଛି। ଯଥାରୀତି ପୂଜାର୍ଚ୍ଚନା ଏବଂ ପହଣ୍ଡି କରାଯାଇ ତିନିଠାକୁର ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଛି। ନାମ ସଂକୀର୍ତ୍ତନ, ଦୁଲଦୁଲି, ଘଣ୍ଟବାଦ୍ୟ ତଥା ବିଭିନ୍ନ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ତିନିଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ସେହିପରି ମହାପ୍ରଭୁ ଦଧିବାମନ ଏବଂ ବୃନ୍ଦାବନବିହାରୀ ମହାପ୍ରଭୁଙ୍କୁ ମଧ୍ୟ ପୂଜାର୍ଚ୍ଚନା ଏବଂ ପହଣ୍ଡି କରାଯାଇ ରଥାରୁଢ କରାଯାଇଛି। ଆସନ୍ତାକାଲି ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲିରେ ଶ୍ରୀଜିଉଙ୍କ ରଥଯାତ୍ରା ନିମନ୍ତେ ପୂଜକ ରମେଶ ରଥ ଓ ଉମେଶ ରଥ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଶ୍ରୀଜିଉଙ୍କୁ ରଥାରୂଢ କରାଯାଇଥିଲା। ଗୌନ୍ତିଆ ସରୋଜ ବିଶ୍ବାଳ ଛେରାପହଁରା କରିଥିଲେ। ସୁରେନ୍ଦ୍ର ପତି, ପଦ୍ମନାଭ ଦାଶ, ତ୍ରିନାଥ ଦାଶ ପ୍ରମୁଖ ସହଯୋଗ କରିଥିଲେ।
ବିନିକା: ବିନିକାରେ ଆଜି ଅପରାହ୍ଣରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଯିବା ସହ ରଥାରୂଢ଼ କରାଯାଇଛି। ଶୁକ୍ରବାର ରଥଟଣା ଯିବ। ଆଜି ସକାଳେ ମହାପ୍ରଭୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ଅପରାହ୍ଣରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭ୍ରଦାଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ଼ କରାଯାଇଥିଲା। ପରେ ବିନିକା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖିରାମ ନାଏକ ଛେରାପହଁରା କରିଥିଲେ। ପୂଜକ ଭାବେ ମାନଭଂଜନ ପୁଝାରୀ ଓ ହରିହର ପୁଝାରୀ ଦାୟିତ୍ବ ତୁଲାଇଥିଲେ। ବିନିକା ବ୍ରାହ୍ମଣ ସମାଜ ସହ ହରାୟୁଧ ମିଶ୍ର, ସ୍ବାଧୀନ ମିଶ୍ର, ସରଜନ ପଣ୍ଡା, ଲକ୍ଷ୍ମଣ ପଣ୍ଡା, ନାରାୟଣ ପାଢ଼ୀ, ପପୁନ ପାଢ଼ୀ, ଚନ୍ଦ୍ର ଓତା, ବଳଭଦ୍ର ପଣ୍ଡା, ମଧୁସୂଦନ ମିଶ୍ର, ଶିବ ମିଶ୍ର ପ୍ରମୁଖ ପହଣ୍ଡି ବିଜେ କରିଥିଲେ। ଏ ଅବସରରେ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ, ଏନ୍‌ଏସି କର୍ମଚାରୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ବ୍ଲକ୍‌ର ସିଂଘିଯୁବା, ଶଙ୍କରା, ଫୁଲମୁଠି, ମହାଦେବପାଲି, ସିଲାଟି, ମଣିଗାଁ, ସିନ୍ଦୁରପୁର, କର୍ତ୍ତଙ୍ଗ, ସଂସାମୁରା, ବାଉଁଶୁଣି, ଜୁଲୁଣ୍ଡା ଆଦି ଅଞ୍ଚଳରେ ମଧ୍ୟ ରଥଯାତ୍ରା ପାଳିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe