ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ର ବହଳପଦର ପ୍ୟାକ୍ସରେ ଦୁଇଦିନ ହେଲା ୩୦୦୦ ହଜାର ବସ୍ତା ଧାନ ପଡ଼ି ରହିଛି। ଏଠାରେ ମିଲର ୩ କେଜି ଲେଖାଏଁ କଟନି କରୁଥିବା ତଥା ମନଇଚ୍ଛା ଧାନ ଉଠାଣ କରୁଥିବାରୁ ଏହି ସମସ୍ୟା ଦେଖାଦେଇଛି। ସେହିପରି ଖଣ୍ଡହୋତାରେ ୨ ହଜାର, ମୁଷୁଣ୍ଢିରେ ୨ ହଜାର ଧାନ ବସ୍ତା ଖୋଲା ଆକାଶ ତଳେ ପଡ଼ି ରହିଛି। ଯାଲୋଏ, ବିଶିପଡ଼ା, ଉଲୁଣ୍ଡା, ଚଡେଇପଙ୍କରେ ମଧ୍ୟ ଚାଷୀଙ୍କ ଧାନ ବିକ୍ରି ଅଭାବରୁ ପଡ଼ି ରହିଛି। ଏହାଛଡ଼ା ପ୍ୟାକ୍ସରେ ଧାନ ସାଇତି ରଖିବା ପାଇଁ ଟେଣ୍ଡ ବ୍ୟବସ୍ଥା ଥିବାବେଳେ ଏଠାରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଚାଷୀ ଶୀତ କାକରରେ ଧାନକୁ ମଣ୍ଡିରେ ଜଗୁଛି।
ଉଲୁଣ୍ଡା ବ୍ଲକ୍ର ଯାଲୋଏ, କଳାପଥର, ରକ୍ସା, ଚଢେଇପଙ୍କରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗୋଦାମ ଘର ନିର୍ମାଣ ହୋଇଥିଲେ ମଧ୍ୟ ତାହା କାମରେ ଲାଗିପାରୁ ନାହିଁ। ଧାନ କଟନି ଓ ପଡ଼ି ରହିବା ନେଇ ଯୋଗାଣ ବିଭାଗକୁ ପଚାରିବାରୁ ପ୍ୟାକ୍ସରେ ଧାନ କିଣିବା ସମୟରେ ଆରଅେଇ, ଭିଏସ୍ଡବ୍ଲୁ, ପ୍ୟାକ୍ସ ସଭାପତି ଉପସ୍ଥିତ ରହିବା କଥା ବୋଲି କହିଥିଲେ। ତେବେ କାହିଁକ ରହୁ ନାହାନ୍ତି ସେ ପ୍ରଶ୍ନ କରିଥିଲେ। ପ୍ରଶାସନ ତୁରନ୍ତ ଧାନ ଉଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।
୩ କେଜି କଟନି ଯୋଗୁଁ ଚାଷୀ ଅସନ୍ତୋଷ:ମଣ୍ଡିରେ ପଡ଼ିଛି ହଜାର ହଜାର ବସ୍ତା ଧାନ
Advertisment
Follow Us