ବାଘ ମୃତ୍ୟୁ ଘଟଣା, ମଠାଧୀଶଙ୍କ ସମେତ ୬ ଗିିରଫ

ବାଘ ମୃତ୍ୟୁ ଘଟଣା, ମଠାଧୀଶଙ୍କ ସମେତ ୬ ଗିିରଫ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଚନ୍ଦଲି ଜଙ୍ଗଲରୁ ଗତ ମଙ୍ଗଳବାର ଉଲୁଣ୍ଡା ବନ ବିଭାଗ ଏକ କଲରାପତରିଆ ବାଘର ଗଳିତ ଶବକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଘପାଲି ମଠର ମଠାଧୀଶ ଦାନବିହାରୀ ଶରଣ ଓରଫ ଦୟାସାଗର ଥାର୍ଟି, ସୁରେନ୍ଦ୍ର ପଧାନ, ବିଜୁ ଗୁରୁ, ରାମଚନ୍ଦ୍ର ପୁରୋହିତ, ପୁରନ୍ଦର ଥାର୍ଟି, ସତ୍ୟନାରାୟଣ ମେହେର।

ଉଲୁଣ୍ଡା ବନପାଳଙ୍କ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ଉକ୍ତ ବାଘକୁ ମାରିବା ପାଇଁ ଯୋଜନା କରିଥିଲେ। ମଠରେ ମଠାଧୀଶ ଦାନବିହାରୀ, ସୁରେନ୍ଦ୍ର ଓ ବିଜୁ ବିଦ୍ୟୁତ ତାର ବିଛାଇବା ପାଇଁ ଯୋଜନା କରୁଥିଲେ। ଏଥିରେ ଅନ୍ୟ ୩ ଜଣ ଅଭିଯୁକ୍ତ ସହଯୋଗ କରୁଥିଲେ। ସୋନପୁରର ଏସିଏଫ୍‌ ପ୍ରଫୁଲ୍ଲ ଧରୁଆଙ୍କ ନିର୍ଦେଶକ୍ରମେ ଉଲୁଣ୍ଡା ବନପାଳ ପ୍ରସନ୍ନ ନାୟକ, ଯାଲୋଏ ବନପାଳ ଜଗବନ୍ଧୁ ବାରିକ, ସୁନୀଲ ତରିଆ, ପିପଲ କଟା ସାମିଲ ହୋଇଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ମୃତ ବାଘର ନଖ ଉଦ୍ଧାର କରାଯାଇଛି ବୋଲି ଏସିଏଫ ଶ୍ରୀ ଧରୁଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe