ବାଇକ୍‌ ସହ ଗଞ୍ଜେଇ ଜବତ, ୨ ଗିରଫ

Advertisment
ବାଇକ୍‌ ସହ ଗଞ୍ଜେଇ ଜବତ, ୨ ଗିରଫ

ସୋନପୁର: ଗଞ୍ଜେଇ ଚୋରାଚାଳାଣ ଅଭିଯୋଗରେ ସୋନପୁର ପୁଲିସ ୨ଜଣଙ୍କୁ ଗିରଫ କରିବା ସହିତ ଏକ ବାଇକ୍‌ (ଓଡି-୧୭-୨୮୩୬) ଓ ୧୨.୫୦୦ କେଜି ଗଞ୍ଜେଇ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଗାଁର ରାକେଶ ପଟେଲ(୨୪) ଓ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚିପିଲିମାର ଶିବ ନାଏକ(୨୧)। ଦୁହେଁ ଏକ ବାଇକ୍‌ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରୁ ଗଞ୍ଜେଇ ନେଇ ସୋନପୁର ଅଭିମୁଖେ ଆସୁଥିବା ବେଳେ ପୁଲିସ କୁଞ୍ଜଛକଠାରେ ଧରିଥିଲା। ଏକଜ୍ୟୁକିଟିଭ ମାଜିଷ୍ଟ୍ରେଟ ଦିଲ୍ଲିପକୁମାର ମାଝୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ଏନେଇ ସୋନପୁର ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe