ଅଜଣା ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ମୃତ, ଜଣେ ଆହତ

ଅଜଣା ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ମୃତ, ଜଣେ ଆହତ

ସୋନପୁର: ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟାରେ ସୋନପୁର ବିନିକା ରାସ୍ତା ନନ୍ଦନମାଲଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ସୋନପୁର ଥାନା ରୁଗୁଡ଼ିପାଲି ଗାଁର ଲକ୍ଷ୍ମୀକାନ୍ତ ଆଡ଼ଜୁଆଳି (୨୨) ଏବଂ ଶିବ ଦାଶ (୨୨) ବାଇକ (ଓଡି୩୧-୪୮୯୨)ରେ ସୋନପୁରରୁ ଗାଁକୁ ଫେରୁଥିବା ବେଳେ ନନ୍ଦନମାଲ ଠାରେ ବିନିକା ପଟରୁ ଆସୁଥିବା ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ଶିବଙ୍କୁ ଚିକିତ୍ସା ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏକ ବଲେରୋ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଏଏସ୍‌ଆଇ ସବ୍ୟସାଚୀ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe