ଦେହରେ କିରାସିନି ଢାଳି ଅବିବାହିତା ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଦେହରେ କିରାସିନି ଢାଳି ଅବିବାହିତା ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ବିନିକା: ଦେହରେ କିରାସିନି ଢାଳି ଅବିବାହିତା ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ଗାଁରେ।
ଆଜି ଗଣେଶପୁର ଗାଁର ଅବିବାହିତା ଯୁବତୀ ରୋହିଣୀ ଭୁଏ (୨୩) ନିଜ ଦେହରେ କିରାସିନି ଢାଳି ଦିଆସିଲି ମାରି ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛିI କେଉଁ କାରଣରୁ ଏମିତି ଘଟଣା ଘଟିଛି ତାର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe