ଭୁବନେଶ୍ବର: ଧାନ ବିକ୍ରି ଲାଗି ଜଣେ ଚାଷୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପ୍ରାଥମିକ କୃଷି ସମବାୟ ସମିତିର ଜଣେ ଡାଟା ଏଣ୍ଟ୍ରି ଅପରେଟର ଓ ଭାରପ୍ରାପ୍ତ ସଂପାଦକ।
ମିଳିଥିବା ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଶିବତଳା ପ୍ରାଥମିକ କୃଷି ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାଏକ ଏବଂ ଭାରପ୍ରାପ୍ତ ସଂପାଦକ କୁନା ନାୟକ ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି। ଧାନ ବିକ୍ରି ସଂପର୍କରେ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଠ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଉଭୟଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଉଭୟ ଅଭିଯୁକ୍ତଙ୍କଠାରୁ ସମ୍ପୃକ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
Follow Us