ପରିତ୍ୟକ୍ତ ଘରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ: ହତ୍ୟା ସନ୍ଦେହ

ସୁନା ଚୋରି ଅଭିଯୋଗରେ ୨ ଗିରଫ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନକା -ରାମପୁର ରାସ୍ତାରେ ଥିବା ବିଶାଲପାଲି ଗାଁ ନିକଟରେ ଏକ ପରିତ୍ୟକ୍ତ ଘରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଥିବାର ଦେଖିବାକୁ ପାଇଥିଲେ। ପରିତ୍ୟକ୍ତ ଘେରରେ ଦୀର୍ଘ ବର୍ଷ ହେବ କେହି ରହୁ ନ ଥିଲେ।

ଏ ଘରକୁ ଚଉକି ଆସିଲା କିପରି ଆସିଲା, ଯୁବକ ଜଣକ ଏଠାକୁ କିପରି ଆସିଥିଲେ। ଏହିପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ଏପରିକି ଉକ୍ତ ଯୁବକକୁ କେହି ମାରି ଏଠି ଟାଙ୍ଗିଦେଇଥିବାର ବି ଆଶଙ୍କା କରାଯାଉଛି। ଏଣେ ଖବର ପାଇ ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe