ଟ୍ରାକ୍ଟରକୁ ପଛରୁ ପିଟିଲା ବାଇକ୍:୨ ବ୍ୟାଙ୍କ କର୍ମଚାରୀ ଆହତ

ଟ୍ରାକ୍ଟରକୁ ପଛରୁ ପିଟିଲା ବାଇକ୍:୨ ବ୍ୟାଙ୍କ କର୍ମଚାରୀ ଆହତ

ସୋନପୁର: ଟ୍ରାକ୍ଟର ପଛରେ ବାଡେଇ ହୋଇ ୨ ଜଣ ବ୍ୟାଙ୍କ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏକ ଟ୍ରାକ୍ଟର (ଓଡି ୩-ବି-୩୩୦୬) ବୁର୍ଡା ପଟରୁ କୁଲିପାଲି ଆଡକୁ ଅସୁଥିଲା। ଏହି ସମୟରେ ଖଳିଆପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କର କିରାଣି ଓମପ୍ରକାଶ ମହାପାତ୍ର ଏବଂ ମେସେଞ୍ଜର ନିରଞ୍ଜନ ମୁଦୁଲି ଖଲିଆପାଲିରୁ ସୋନପୁରକୁ ଏକ ବାଇକ (ଓଡି-୩୧ସି-୧୮୦୭)ରେ ଆସୁଥିବା ବେଳେ ବୁର୍ଡା ରାସ୍ତାର ବନଦୁର୍ଗା ମନ୍ଦିର ନିକଟରେ ଟ୍ରାକ୍ଟରକୁ ଓଭରଟେକ କରିବା ବେଳେ ବାଡ଼େଇ ହୋଇଥିଲେ। ଫଳରେ ଉଭୟେ ଆହତ ହୋଇଥିଲେ। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତେବେ ଓମପ୍ରକାଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଏସଆଇ ଅଭିଳାଷ ପ୍ରଧାନ ଏବଂ ହରଡ଼ଖୋଲ ଫାଣ୍ଡି ଅଧିକାରୀ ସଞ୍ଜିବ ବସ୍ତିଆ ଘଟଣା ସ୍ଥଳ‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆହତ ଓମପ୍ରକାଶଙ୍କ ଘର ପୁରୀ ଜିଲ୍ଲାରେ ଓ ନିରଞ୍ଜନଙ୍କ ଘର ବଲାଙ୍ଗୀର ଜିଲ୍ଲା ‌ଲୋଇସିଂହା ଥାନା ଅନ୍ତର୍ଗତ ଅଗଲାପାଲିରେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe