ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରୁ କ୍ଷେତକୁ ମାଡିବ ପାଣି, ପ୍ରଥମ ପର୍ଯ୍ୟାୟରେ ୧୫,୩୫୯ ହେକ୍ଟର ଜମି ହେବ ଜଳସେଚିତ

Advertisment

ଆସୁଛି ପଞ୍ଚାୟତ ନିର୍ବାଚନ, ଫିଟୁଛି ବିଭିନ୍ନ ପ୍ରକଳ୍ପ ଭାଗ୍ୟ; ଦେଓ ପ୍ରକଳ୍ପ ପରେ ସୁବର୍ଣ୍ଣରେଖା, ନିର୍ବାଚନରେ ସାଜିବ ପ୍ରସଙ୍ଗ

ଆସୁଛି ପଞ୍ଚାୟତ ନିର୍ବାଚନ, ଫିଟୁଛି ବିଭିନ୍ନ ପ୍ରକଳ୍ପ ଭାଗ୍ୟ; ଦେଓ ପ୍ରକଳ୍ପ ପରେ ସୁବର୍ଣ୍ଣରେଖା, ନିର୍ବାଚନରେ ସାଜିବ ପ୍ରସଙ୍ଗ

ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରୁ କ୍ଷେତକୁ ମାଡିବ ପାଣି, ପ୍ରଥମ ପର୍ଯ୍ୟାୟରେ ୧୫,୩୫୯ ହେକ୍ଟର ଜମି ହେବ ଜଳସେଚିତ
ବାରିପଦା: ଆସୁଛି ପଞ୍ଚାୟତ ନିର୍ବାଚନ। ଫଳରେ ଦୀର୍ଘ ବର୍ଷ ହେବ ପଡିରହିଥିବା ପ୍ରକଳ୍ପର ଫିଟୁଛି ଭାଗ୍ୟ। ପ୍ରଥମେ ଦେଓ ଜଳସେଚନ ପ୍ରକଳ୍ପ ଆଉ ଏବେ ସୁବର୍ଣ୍ଣରେଖା। ଦୀର୍ଘ ପ୍ରତିକ୍ଷା ପରେ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପରୁ କ୍ଷେତକୁ ମାଡିବ ପାଣି। ପ୍ରଥମ ପର୍ଯ୍ୟାୟରେ ବାରିପଦା, ମୋରଡ଼ା, ରସଗୋବିନ୍ଦପୁର, ଶୁଳିଆପଦା, ବେତନୋଟି ବ୍ଲକର ୯୪ଟି ଗାଁର ୧୫,୩୫୯ ହେକ୍ଟର ଜମି ହେବ ଜଳସେଚିତ।
ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ବହୁ ଦିନର ଆଶା ପୂରଣ ହେବ। ଜିଲ୍ଲାରେ ସୁବର୍ଣ୍ଣରେଖା ଜଳ ପ୍ରକଳ୍ପରେ ଲକ୍ଷାଧିକ ଚାଷୀ ହେବେ ଉପକୃତ। ଆଜି ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଜଳ ଛଡ଼ାଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଭିଡିଓ କଁଫେରନ୍ସିଂ ଜରିଆରେ ଶୁଭଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରିମୋଟ ମାଧ୍ୟମରେ ବାରିପଦାର କାଠପାଳ ନିକଟବର୍ତ୍ତୀ କୁରୁଡ଼ିହି ଠାରେ ଜଳ ସେଚନ ପାଇଁ ଗେଟ ଖୋଲା ଯିବା। ଉଦ୍‌ଘାଟନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାରେ ଉପସ୍ଥିତ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଜଳ ସଂମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବରିଷ୍ଠ ବିଜେଡି କର୍ମକର୍ତ୍ତା।
ଆଜି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନ ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ମୁଖୀ ଯୋଜନାର ସମୀକ୍ଷା କରିଛନ୍ତି। ଚାଷୀ ଓ ଲୋକ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଫଳ ପାଇଁ ଆହ୍ୱାନ କରିଥିଲେ। ତେବେ ଦୀର୍ଘଦିନ ହେବ ପଡିରହିଥିବା ଏହି ପ୍ରକଳ୍ପର କାର୍ଯ୍ୟକାରିତା ଜିଲ୍ଲା ପାଇଁ ସୁଫଳ ଆଣିବ ନିଶ୍ଚୟ। ତେବେ ଆଗାମୀ ନିର୍ବାଚନ ରେ କିନ୍ତୁ ଏହା ବିଜେଡିର ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ପାଇବ ଏଥିରେ ସନ୍ଦେହ ନାହିଁ। ଆସନ୍ନ ନିର୍ବାଚନ ଆଳରେ ଏହିପରି ଆଧାପନ୍ତରିଆ ପ୍ରକଳ୍ପଗୁଡିର ରୂପାୟନ ସ୍ୱାଗତଯୋଗ୍ୟ। କିନ୍ତୁ ଜିଲ୍ଲାରେ ପଡିରହିଥିବା ଅନ୍ୟାନ୍ୟ ବିଭିନ୍ନ ପ୍ରକଳ୍ପ ଏବଂ ବିକାଶମୂଳକ ଯୋଜନାର ମଧ୍ୟ ତ୍ୱରିତ କାର୍ଯ୍ୟକାରିତା ଦିଗରେ ରାଜ୍ୟ ସରକାର ଧ୍ୟାନ ଦିଅନ୍ତୁ ବୋଲି ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe