ସମ୍ବାଦର ପ୍ରଭାବ: ସୁବର୍ଣ୍ଣଙ୍କୁ ୨ମାସର ଭତ୍ତା ମିଳିଲା

Advertisment
ସମ୍ବାଦର ପ୍ରଭାବ: ସୁବର୍ଣ୍ଣଙ୍କୁ ୨ମାସର ଭତ୍ତା ମିଳିଲା

ଜୟପୁର: ଜୟପୁର ବ୍ଲକର ଜାମୁଣ୍ଡା ପଂଚାୟତର ବରିଗୁଡା ଗାଁର ୮୦ ବର୍ଷ ବୟସ୍କା ସୁବର୍ଣ୍ଣ ଗାଧବା ଭତ୍ତା ପାଇବାରୁ ବଂଚିତ ହୋଇଥିଲେ। ଏ ନେଇ ସମ୍ବାଦରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନର ନିଦ ଭାଙ୍ଗିବା ସହ ୨ମାସର ଭତ୍ତା ଦିଆଯାଇଛି। ତାଙ୍କ ଘରକୁ ଯାଇ ଜାମୁଣ୍ଡା ପଂଚାୟତ ସଂପ୍ରସାରଣ ଅଧିକାରୀ ୨ମାସର ଭତ୍ତା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ଜୟପୁର ବିଡିଓ ସୁରଜ ପଟ୍ଟନାୟକ।

ସୁଚନାଯୋଗ୍ୟ, ଭତ୍ତା ପାଇବା ପାଇଁ ସୁବର୍ଣ୍ଣ ଯୋଗ୍ୟ। ତା ବାଦେ ବି ତାଙ୍କୁ ଭତ୍ତା କିମ୍ବା କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ନଥିଲା। ଆଧାରକାର୍ଡ ସଂଯୋଗ ହୋଇ ପାରୁନି ବୋଲି କହି ତାଙ୍କୁ ବାର୍ଦ୍ଧିକ ଭତ୍ତାରୁ ବଂଚିତ କରି ରଖାଯାଇଥିଲା।

ଏନେଇ ଆମ ପ୍ରତିନିଧି ବିଡିଓଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇଥିଲା। ବିଡିଓ ଶ୍ରୀ ପଟ୍ଟନାୟକ ତୁରନ୍ତ ସୁବର୍ଣ୍ଣଙ୍କୁ ୨ମାସର ଭତ୍ତା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe