ପାରଳାଖେମୁଣ୍ତି: ସ୍ବର୍ଗତ ଶ୍ୟାମସୁନ୍ଦର ଗନ୍ତାୟତଙ୍କ ନାତି ଏବ˚ ସ୍ବର୍ଗତ ଡ.ବିଜୟ ରାଘବ ଗନ୍ତାୟତଙ୍କ ପୁତ୍ର ସୁବାଶିଷ ଗନ୍ତାୟତ ଭାରତୀୟ ନୌସେନାର ରିଏର୍ ଆଡ୍ମିରଲ(ଟେକ୍ନିକାଲ ବ୍ରାଞ୍ଚ୍) ଭାବେ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ସେ ନୂଆଦିଲ୍ଲୀରେ ରହୁଛନ୍ତି। ୧୫ ବର୍ଷ ବ୍ୟବଧାନ ପରେ ଏହି ପଦବି ଅଳଙ୍କୃତ କରିବାରେ ସୁବାଶିଷ ଗନ୍ତାୟତ ହେଉଛନ୍ତି ପ୍ରଥମ ଓଡ଼ିଆ ଓ ବର୍ତ୍ତମାନ ଏହି ପଦବିରେ ଥିବା ଏକ ମାତ୍ର ଓଡ଼ିଆ। ପାରଳାଖେମୁଣ୍ତି ବାସିନ୍ଦା ସୁବାଶିଷ ଗନ୍ତାୟତ ନିଜର ବାଲ୍ୟ ଜୀବନ ଏବ˚ ପାଠପଢ଼ା କଟକ, ବ୍ରହ୍ମପୁର ଏବ˚ ଭୁବନେଶ୍ବରରେ ଶେଷ କରିଥିଲେ। ଗତ ୨୨ ବର୍ଷ ହେଲା ନୌସେନାର ବିଭିନ୍ନ ପଦବିରେ ସେ ସଫଳତାର ସହ କାର୍ଯ୍ୟକରି ଆସୁଥିଲେ।
ନୌସେନାର ରିଏର୍ ଆଡ୍ମିରଲ୍ ହେଲେ ସୁବାଶିଷ
Advertisment
Follow Us