ଦାଦନରୁ ଫେରି ନାବାଳକଙ୍କ ଆକସ୍ମିକ ମୃତ୍ୟୁ

Advertisment
ଦାଦନରୁ ଫେରି ନାବାଳକଙ୍କ ଆକସ୍ମିକ ମୃତ୍ୟୁ

NDTV.com

ଦେଓଗାଁ/ସଇଁତଲା: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ ଲଣ୍ଡାପଥର ପଞ୍ଚାୟତ ଝିକେରମାଲ ଗାଁ’ରୁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଏକ ପରିବାର ଘରକୁ ଫେରିବାର ମାତ୍ର ଦିନକ ପରେ ୧୬ ବର୍ଷ ବୟସ୍କ ପୁଅର ଆକସ୍ମିକ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ, ଝିକେରମାଲର ମୋତିଲା ମିର୍ଦ୍ଧା ପତ୍ନୀ, ଦୁଇ ପୁଅ ଓ ଝିଅ ସହ ଗତ ମଙ୍ଗଳବାର ହାଇଦ୍ରାବାଦରୁ ଗାଁ’କୁ ଫେରିଥିଲେ। ତେବେ ଗୁରୁବାର ରାତିରେ କୌଣସି କାରଣରୁ ମଝିଆଁ ପୁଅ ଶିବଶଙ୍କର ଅସୁସ୍ଥ ହୋଇ ପଡ଼ିଥିଲେ।

ପରିବାର ଲୋକେ ତା’ଙ୍କୁ ଶୁକ୍ରବାର ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଇଁତଲା ପୁଲିସ ଶବ ଜବତକରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe