ବିଷପାନ କରି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକା ମୃତ ଓ ପ୍ରେମିକ ଗୁରୁତର

Advertisment
ବିଷପାନ କରି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକା ମୃତ ଓ ପ୍ରେମିକ ଗୁରୁତର

ନୀଳଗିିରି: ସୋମବାର ଅପରାହ୍ନରେ ନୀଳଗିରିସ୍ଥିତ ତିନିକୋଶିଆ ଜଙ୍ଗଲରେ ଭିତରେ ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକକୁ ଯନ୍ତ୍ରଣାରେ ଛଟପଟ ହେବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରେମିକକୁ ନୀଳଗିରି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।publive-image

ସୂଚନାଯୋଗ୍ୟ, ତିନିକୋଶିଆ ଜଙ୍ଗଲର ଭାଲୁକାଶୁଣି ନରଣପୁର ରାସ୍ତାରେ ପାଗଡ଼ା ଛକ ନିକଟରେ ଜାମୁଡିହା ପଞ୍ଚାୟତର ଗୋଡିଶୁଳ ଗ୍ରାମର ସୁଦର୍ଶନ ସେଠୀଙ୍କ ପୁଅ ମୁନା(୨୨) ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଆଜି ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ନେଇ ଝଗଡ଼ା ଲାଗିଥିଲା। ତେଣୁ ଦୁହେଁ ମିଶି ବିଷପାନ କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ୨ଟି ଛୁରି, ଝିଅର ମୋବାଇଲ ଫୋନ୍‌, ସାଟିସ୍‌ପ୍ଲାଏ ବୋତଲ, ଦୁଇ ହଳ ଜୋତାକୁ ବରହମପୁର ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛି। ପ୍ରେମିକା ଘର ବାଲେଶ୍ୱର ଜିଲ୍ଲା ପାହି ଗ୍ରାମରେ ବୋଲି ଜଣାପଡ଼ିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe