ପୁଲିସ ବାରାକ୍‌ରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଆତ୍ମହତ୍ୟା

Advertisment
ପୁଲିସ ବାରାକ୍‌ରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ  ଆତ୍ମହତ୍ୟା

The Economic Times

ଫୁଲବାଣୀ: ଗତବର୍ଷ ମାର୍ଚ୍ଚରେ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରି ଫୁଲବାଣୀ ପୁଲିସ ବାରାକ୍‌ରେ ରହୁଥିବା ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ମହିଳା ମାଓବାଦୀଙ୍କ ନାମ ସିଜୁ କହଁର ଓରଫ୍‌ ଫିଙ୍କି। ସେ ୨୦୧୯ ମସିହା ମାର୍ଚ୍ଚ ୩୦ ତାରିଖରେ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ରହୁଥିବା ପୁଲିସ ବାରାକ୍‌ର କୋଠରୀକୁ ଭିତରୁ ବନ୍ଦ କରି ଫ୍ୟାନ୍‌ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ଏ ନେଇ ଫୁଲବାଣୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି।

West Bengal: Senior Medical Supervisor commits suicide in Jalpaiguri Mumbai Mirror

୨୧ବର୍ଷୀୟା ସିଜୁ କହଁର ସିପିଆଇ ମାଓବାଦୀ ସଙ୍ଗଠନରେ ୨୦୧୬ ମସିହାରେ ସାମିଲ ହୋଇ ସଙ୍ଗଠନର କେକେବିଏନ୍‌ ଜୋନ୍‌ ଲାଗି କାର୍ଯ୍ୟ କରିଥିଲେ । ପରେ ସେ ୨୦୧୯ରେ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଥିଲେ । ସିଜୁ କହଁରଙ୍କ  ଗାଁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାରଗିସାରୁ ଏକ ମାଓ ଅଧୁଷିତ ଅଞ୍ଚଳ ହୋଇଥିବାରୁ ଆତ୍ମସମର୍ପଣ ପରେ ତାଙ୍କ ଉପରେ ମାଓବାଦୀଙ୍କ ଆକ୍ରମଣରେ ଭୟ ରହିଥିଲା। ଏହାକୁ ଏଡାଇବାକୁ ସିଜୁ କହଁରଙ୍କୁ ଫୁଲବାଣୀ ପୁଲିସ ବାରାକରେ ରଖାଯାଇଥିଲା।  ପ୍ରାୟ ୧ବର୍ଷରୁ ଅଧିକ ସମୟ ବାରାକ୍‌ରେ ଥିବା ସିଜୁ କହଁର କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଏଯାବତ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe