ଆତ୍ମହତ୍ୟା ପୂର୍ବରୁ ‘ମେଲୋଡି କୁଇନ୍‌’ ପ୍ରଭାତୀ ବାପା-ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଏହି ଶେଷ ଚିଠି

Advertisment
ଆତ୍ମହତ୍ୟା ପୂର୍ବରୁ ‘ମେଲୋଡି କୁଇନ୍‌’ ପ୍ରଭାତୀ  ବାପା-ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଏହି ଶେଷ ଚିଠି

ଭଦ୍ରକ: ଭଦ୍ରକ ଜିଲ୍ଲାର ଜଣାଶୁଣା ମେଲୋଡି ଗାୟିକା ପ୍ରଭାତୀ ଜେନାଙ୍କର ଶନିବାର ସନ୍ଦେହଜନକ ଭାବେ ମୃତ୍ୟୁ ହାଇଛି। ପ୍ରଭାତୀଙ୍କ ଘର ଧାମନଗର ଥାନା ପଦ୍ମପୋଖରୀ ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଜଣେ ଭଲ କଣ୍ଠଶିଳ୍ପୀ ଥିଲେ। ‘ମେଲୋଡି କୁଇନ୍‌’ ଭାବେ ଧାମନଗର ଓ ଆଖପାଖ ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ। ଖବର ପାଇ ଧାମନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରଭାତୀଙ୍କ ନିକଟରୁ ଏକ ଚିଠି ଜବତ କରିଛି ପୁଲିସ ।

publive-image

ଏହି ଚିଠିରେ ପ୍ରଭାତୀ ଲେଖିଛନ୍ତି, ‘ବାପା ଓ ମା ମତେ କ୍ଷମା କରିଦେବ, ତୁମ ପାଇଁ କିଛି କରିପାରିଲିନି। ମୁଁ ଯଦି ଆଉ କେବେ ଜନ୍ମ ନିଏ, ତୁମରି ଝିଅ ହୋଇ ଜନ୍ମ ନେବାକୁ ଚାହିଁବି। ଆଉ ସମସ୍ତଙ୍କୁ କହିବ, ମୋ ପାଇଁ କେହି କାନ୍ଦିବେନି। ତୁମ ଆଶା ପୂରଣ କରିପାରିଲି ନାହିଁ। ମୋର ବହୁତ ଇଚ୍ଛା ଥିଲା ବାହାହେବି। ସେଇଟା ବୋଧହୁଏ ମୋ ଭାଗ୍ୟରେ ନାହିଁ। ମୁଁ ମଲା ପରେ ମୋର ମୃତଦେହକୁ ମେଡିକାଲ୍‌ ନେବନି କି ପୋଡ଼ିବନି, ପୋତି ଦେବ। ମୁଁ ସବୁଦିନ ପାଇଁ ତୁମମାନଙ୍କୁ ଛାଡ଼ି ଯାଉଛି। ମୋତେ ସମସ୍ତେ କ୍ଷମା କରିଦେବ।’

ଚିଠିର ଶେଷରେ ଲେଖାଯାଇଛି- ‘ମୋ ମରଣ ପାଇଁ କେହି ଦାୟୀ ନୁହଁନ୍ତି, ମୁଁ ନିଜ ଇଚ୍ଛାରେ ମରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe