Times of India
କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗ୍ରାମର ପେଟ୍ରୋଲ ପମ୍ପ ମାଲିକ ସନ୍ତୋଷ ମେହେରଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ଫ୍ରିଜ ମେକାନିକ ଶୁକ୍ରବାର ରାତି ପ୍ରାୟ ୮ଟାରେ ଆତ୍ମହତ୍ୟା କରିଥିବା ଜଣାଯାଇଛି।
ସୂଚନା ଅନୁସାରେ, ବିହାର ରାଜ୍ୟର ଜଣେ ଯୁବକ ଏଠାରେ ବହୁ ଦିନରୁ ସନ୍ତୋଷଙ୍କ ଘରେ ଭଡ଼ାରେ ରହିବା ସହ ଫ୍ରିଜ୍ ଓ କୁଲର ଆଦି ମରାମତି କରୁଥିଲେ। ଶୁକ୍ରବାର ରାତି ପ୍ରାୟ ୮ଟାରେ ସେ ଆତ୍ମହତ୍ୟା କରିଥିବା ମନମୁଣ୍ଡା ପୁଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ତେବେ ରାତି ହୋଇଯାଇଥିବାରୁ ପୁଲିସ ଶବ ଜବତ କରି ନାହିଁ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ତେବେ ସମ୍ପୃକ୍ତ ଯୁବକ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଗତ ୧୦ ତାରିଖ ଦିନ ସମ୍ପୃକ୍ତ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗୁରୁବାର ଉକ୍ତ ମହିଳାଙ୍କ ଭାଇ ଭଡ଼ାଘରକୁ ଆସିଥିଲେ ବୋଲି ଚର୍ଚ୍ଚା ହେଉଛି। ଏହା ପରେ ଯୁବକଙ୍କ ମୃତ୍ୟୁକୁ ନେଇ ନାନା କଥା ଚର୍ଚ୍ଚା ହେଉଛି।
Follow Us